ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡରେ ମାର୍କସ୍‌ ଆଣ୍ଡ ସ୍ପେନ୍‌ସର (ଏମ୍‌ ଆଣ୍ଡ ଏସ୍‌)ର ପ୍ରଥମ ଷ୍ଟୋର ଖୋଲିଛି। ଏହାକୁ ବଲିଉଡ ସେଲିବ୍ରିଟି ଦିଶା ପଟ୍ଟାନୀ ଉଦଘାଟନ କରିଛନ୍ତି।

୬, ୭୦୦ ବର୍ଗଫୁଟ ଜାଗରେ ଏହି ଷ୍ଟୋର କରାଯାଇଛି। ଏହି ଷ୍ଟୋରରେ ପୁରୁଷ, ମହିଳା, ଛୋଟ ପିଲାଙ୍କ ପାଇଁ ନାମୀଦାମୀ ବ୍ରାଣ୍ଡର ଅତ୍ୟାଧୁନିକ କଲେକ୍‌ସନ ଉପଲବ୍ଧ ରହିଛି।

ଭୁବନେଶ୍ବର ଷ୍ଟୋରକୁ ମିଶାଇ ଭାରତରେ ମାର୍କସ୍‌ ଆଣ୍ଡ ସ୍ପେନ୍‌ସରର ୬୭ଟି ଷ୍ଟୋର ରହିଛି। ୩୨ଟି ସହରରେ ଏମ୍‌ ଆଣ୍ଡ ଏସ୍‌ର ଷ୍ଟୋର୍ ରହିଛି।

ଏହି ଷ୍ଟୋର୍‌ରେ ମହିଳାଙ୍କ ପାଇଁ ପ୍ରିଣ୍ଟେଡ ଟି-ସାର୍ଟ ୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ପୁଅଙ୍କ ଟି-ସାର୍ଟ ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଯୁବପିଢ଼ିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ବିଭିନ୍ନ ଡିଜାଇନର କଲେକ୍‌ସନ୍ ରହିଛି।

“ଭୁବନେଶ୍ୱରରେ ଆମେ ପ୍ରଥମ ଷ୍ଟୋର ଶୁଭାରମ୍ଭ କରିଥିବାରୁ ଆମେ ଖୁବ ଉତ୍ସାହିତ। ଆମ ଷ୍ଟୋରରେ ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ଡିଜାଇନର ଭଲ କଲେକ୍‌ସନ୍ ରହିଛି। ଗ୍ରାହକମାନଙ୍କ ମନକୁ ନିଶ୍ଚିତ ଭାବେ ଆମ କଲେକ୍‌ସନ୍ ପସନ୍ଦ ଆସିବ”, କହିଛନ୍ତି ମାର୍କସ୍‌ ଆଣ୍ଡ ସ୍ପେନ୍‌ସର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜେମ୍‌ସ ମନସନ୍।

ଦିଶା ପାଟ୍ଟନୀ କହିଛନ୍ତି, “ପିଲାବେଳୁ ଏମ୍‌ ଆଣ୍ଡ ଏସ୍‌ ବ୍ରାଣ୍ଡର କଲେକ୍‌ସନ୍ ମୋର ପ୍ରିୟ ହୋଇ ରହିଛି। ଏହି ଷ୍ଟୋରରେ ମନପସନ୍ଦର ଡ୍ରେସ୍ ଉପଲବ୍ଧ ରହିଛି। ଯୁବପିଢ଼ି ଏବଂ ପିଲାମାନଙ୍କୁ ଏହା ଆକର୍ଷିତ କରିବ।”

Comment