ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କସେବାରେ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ତିନୋଟି ବ୍ୟାଙ୍କକୁ ମିଶାଇ ଗୋଟିଏ ବୃହତ ବ୍ୟାଙ୍କ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଜୟା-ଦେନା-ବ୍ୟାଙ୍କ ଅଫ୍ ବରୋଦାକୁ ମିଶ୍ରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ଏହି ତିନୋଟି ବ୍ୟାଙ୍କକୁ ମିଶାଇ ଦେଶର ତୃତୀୟ ବୃହତ ବ୍ୟାଙ୍କ କରିବାକୁ ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

ଅରୁଣ ଜେଟଲୀ କହିଛନ୍ତି, “ଉପା ସରକାର ଏନ୍‌ପିଏକୁ ଲୁଚାଇ ରଖିଥିଲା। ୨୦୧୪ରେ ୮.୫ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ହୋଇଥିବା ବେଳେ ଉପା ସରକାର ୨.୫ ଲକ୍ଷ ଟଙ୍କାର ଏନପିଏ ଦର୍ଶାଇଥିଲା। ୨୦୧୫ରେ ରିଜର୍ଭ ବ୍ୟାଙ୍କ ସମୀକ୍ଷା କରିବା ପରେ ଏହା ଜଣାପଡ଼ିଥିଲା।”

କେନ୍ଦ୍ର ଆର୍ଥିକ ସେବା ବିଭାଗର ସଚିବ ରାଜୀବ କୁମାର କହିଛନ୍ତି, “ଏହି ମିଶ୍ରଣ ପ୍ରସ୍ତାବ ସମ୍ପର୍କରେ ୩ଟି ବ୍ୟାଙ୍କର ବୋର୍ଡ ଆଲୋଚନା କରି ନିଷ୍ପତ୍ତି ନେବେ।

Comment