ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଖାଦ୍ୟ ଓ ଧାନ ସଂଗ୍ରହ ନୀତି – ୨୦୧୮କୁ କାର୍ଯ୍ୟକାରୀ କଲେ। ଏଣିକି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସେମାନଙ୍କର ଧାନକୁ ବିକ୍ରି କରିପାରିବେ।

ଆଜି ରାଜ୍ୟ ସରକାର ଖାଦ୍ୟ ଓ ଧାନ ସଂଗ୍ରହ ନୀତି-୨୦୧୮କୁ କାର୍ଯ୍ୟକାରୀ କରିଛନ୍ତି। ଯାହାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏହି ନୀତି ଅନୁସାରେ, ଏଣିକି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସେମାନଙ୍କର ଧାନକୁ ବିକ୍ରି କରିପାରିବେ।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ପୂର୍ବରୁ ଥିବା କଟକଣାକୁ ହଟାଇ ଦିଆଯାଇଛି।

ପୂର୍ବରୁ ମୁଣ୍ଡପିଛା ୩ କୁଇଣ୍ଟାଲ ହିସାବରେ ଧାନ ବିକ୍ରି ଉପରେ କଟକଣା ରହିଥିଲା। ଏଥିପାଇଁ କ୍ଷୁଦ୍ର ଓ ଭାଗ ଚାଷୀମାନେ ସେମାନଙ୍କ ସ୍ୱଳ୍ପ ଧାନକୁ ବିକ୍ରି କରିପାରୁ ନ ଥିଲେ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ଏହି ନୂଆ ନୀତି ଅନୁସାରେ, ପୂର୍ବରୁ ଥିବା କଟକଣାକୁ ଉଠାଇ ଦିଆଯାଇଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଭାଗ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।“

Comment