ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ। ଦୁଇ ଭଉଣୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଯୁବକ ଫେରାର। ପାଟକୁରା ଥାନାରେ ମାମଲା।

କେନ୍ଦ୍ରାପଡ଼ା: ପ୍ରେମ ଶାଶ୍ୱତ ଓ ଚିରନ୍ତନ। ଯେତେବେଳେ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠେ ସେତେବେଳେ ସେମାନେ ସ୍ୱପ୍ନ ରାଇଜରେ ଉଡ଼ି ବୁଲନ୍ତି। ତାଙ୍କ ଭଲପାଇବାରେ କେବେ ଅଶାନ୍ତର ଝଡ଼ ନବହୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। ହେଲେ ଯେତେବେଳେ ଏହି ପବିତ୍ର ପ୍ରେମ ସମ୍ପର୍କରେ ଅବିଶ୍ୱାସର ଝଡ଼ ଆସେ ସେତେବେଳେ ପ୍ରେମ ଜୁଆରରେ ସୃଷ୍ଟି ହୋଇଥାଏ ଭଟ୍ଟା।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ। ପିଶାଚ ପ୍ରେମିକ ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।

ପ୍ରେମିକାଙ୍କ ପରିବାରରେ ଆତ୍ମିୟତାର ସମ୍ପର୍କ ସୃଷ୍ଟି କରି ତାଙ୍କ ଘରକୁ ଅବାଧ ପ୍ରବେଶର ସ୍ୱୀକୃତି ପାଇଥିଲା ପ୍ରେମିକ ଜଣକ। ପ୍ରଥମେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲା ଏହି ପିଶାଚ ଯୁବକ ଜଣକ। ଭଲପାଇବା ଏତେ ନିବିଡ଼ ହୋଇଗଲା ଯେ ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ରହିଥିଲା। ପରସ୍ପର ପରସ୍ପରକୁ କଥା ଦେଇଥିଲେ କି ସାରାଜୀବନ ସାଥୀ ହୋଇ ରହିବାକୁ।  କିଛି ଦିନ ପରେ ପ୍ରେମିକ ଜଣକ ପ୍ରେମିକାଙ୍କ ପରିବାର ଏକ ପ୍ରକାର ସଦସ୍ୟ ବନି ଯାଇଥିଲା। ପ୍ରେମିକାର ମା’ ବାପା ପ୍ରେମିକକୁ ନିଜ ପୁଅ ଭଳି ଦେଖୁଥିଲେ। ହେଲେ ପିଶାଚ ପ୍ରେମିକର ମନରେ ଭରି ରହିଥିଲା ସୈତାନୀ ଭାବନା। ପ୍ରଥମେ ବଡ଼ ଭଉଣୀଙ୍କୁ ଭଲପାଉଥିବା ପ୍ରେମିକ ଜଣକ ପୁଣି ଭଲପାଇବା ଆରମ୍ଭ କଲା ସାନ ଭଉଣୀଙ୍କୁ। ବଡ଼ ଭଉଣୀର ଅଜାଣତରେ ସାନ ଭଉଣୀଙ୍କୁ ଅଧିକ ଭଲପାଇ ବସିଲା ଯୁବକ ଜଣକ। ନାବଳିକା ସାନ ଭଉଣୀ ଯୁବକର ପ୍ରେମ ଫାସରେ ଆବଦ୍ଧ ହୋଇ ପଡ଼ିବା ଫଳରେ ଆରମ୍ଭ ହୋଇଥିଲା ଦୈହିକ ସମ୍ପର୍କ।

ବଡ଼ ଓ ସାନ ଭଉଣୀଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ଲାଗିଲା ଯୁବକ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ କୌଶଳ କ୍ରମେ ଉଠାଇ ନେଇଥିଲା ଏହି ଯୁବକ।

କିଛି ଦିନ ତଳେ ସାନ ଭଉଣୀ ସହିତ ଯୁବକ ଜଣକର ଗୁପ୍ତ ପ୍ରେମ ଧରା ପଡ଼ିଯାଇଥିଲା ବଡଭଉଣୀ ପାଖରେ। ଏହାପରେ ଆରମ୍ଭ ହୋଇଥିଲା ଝଡ଼। ଯୁବତୀ ଜଣକ ପ୍ରତାରକ ପ୍ରେମିକକୁ ଖୁଲମଖୁଲା ବିରୋଧ କରିବାକୁ ଆରମ୍ଭ କଲା। ଏପରିକି ତାଙ୍କ ଘରକୁ ଆସିବାକୁ ବାଟ ବନ୍ଦ କରିବାକୁ ବାପା ମା’କୁ କହିଲା। ପରିବାର ଲୋକଙ୍କ ମନରେ ଆରମ୍ଭ ହେଲା ସନ୍ଦେହ। ହଠାତ୍ କ’ଣ ପାଇଁ ସେହି ଯୁବକକୁ ତାଙ୍କ ଘରକୁ ଆସିବାକୁ ବାରଣ କରୁଛି ଝିଅ ବୁଝି ପାରିଲେନି ବାପା ମା’।

କିଛିଦିନର ନିରବତା ପରେ ପିଶାଚ ପ୍ରେମିକର ସୈତାନୀ ଦିମାକ ଚଳଚଞ୍ଚଳ ହେବାକୁ ଲାଗିଲା। ପ୍ରଥମେ ପ୍ରେମିକାଙ୍କ ପରିବାରକୁ ଧମକ ଦେଲା କି ତା ସହିତ ଯଦି ସମ୍ପର୍କ ଛିନ୍ନ କରିବାକୁ ଚେଷ୍ଟା କରିବ ତେବେ ତୁମ ପରିବାରର ଇଜ୍ଜତକୁ ବିଚ ବଜାରରେ ନିଲାମ କରିଦେବ। ନିଜର ସମ୍ମାନ ବଞ୍ଚାଇବାକୁ ପ୍ରେମିକାଙ୍କ ପରିବାର ନିରବ ରହିବାକୁ ବାଧ୍ୟ ହୋଇଥିଲେ। ହେଲେ ଏତିକିରେ ଚୁପ୍ ବସି ନଥିଲା ଯୁବକ ଜଣକ। ଦୁଇ ଭଉଣୀଙ୍କ ସହିତ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ହ୍ୱାଟ୍ସଆପ୍‌ରେ ଭାଇରାଲ କରିଦେଲା। ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏହି ଅଶ୍ଲୀଳ ଭିଡିଓ।

ମୋବାଇଲରେ ଏହି ଭିଡିଓ ଘୂରିବୁଲିବା ଖବର ଯୁବତୀଙ୍କ ପରିବାରରେ ପହଞ୍ଚିବା ପରେ ମାନସିକ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ମାନସିକ ଭାରାକ୍ରାନ୍ତ ପରିବାରର ଲୋକେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି। ପାଟକୁରା ଥାନା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଦୁଇ ଭଉଣୀଙ୍କ ଡାକ୍ତରୀ ପରୀକ୍ଷା କରିଛି ପୋଲିସ। ଅଭିଯୁକ୍ତ ଯୁବକ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାର ୩୭୬ (ii)(n), ୫୦୬, ୫୦୯, ୨୯୨ ଓ ସୂଚନା ପ୍ରସାରଣ ଆଇନ ୨୦୦୦ର ୬୭, ୬୭(ଏ), ୬୭(ବି) ଏବଂ ପୋକ୍ସୋ ଆକ୍ଟର ୬ ଧରାରେ ମାମଲା କରିଛି ପୋଲିସ୍। ଅଭିଯୁକ୍ତ ଯୁବକକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିରାଶ ହୋଇଛି।

Comment