ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଗୁଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଅ।ୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ବିଶ୍ଵନାଥ ସାହୁଙ୍କ ବାରିପଦାସ୍ଥିତ ଦୁଇଟି ଘରେ, ସାରସକଣା ବ୍ଲକର କ୍ଷେରଣାଗ୍ରାମର ପୈତୃକ ବାସଭବନ, କ୍ଷେରଣା ଗ୍ରାମରେ ଥିବା ଶ୍ଵଶୁର ଘରେ ଏକକାଳୀନ ଚଢ଼ାଉ କରିଥିଲା।

ବାଲେଶ୍ଵରସ୍ଥିତ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ତଦନ୍ତ କରାଯାଇଥିଲା। ତେବେ ତଦନ୍ତ ଶେଷ ପରେ ମିଳିଥିବା ସମ୍ପତିର ମୂଲ୍ୟ ଅ।କଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ୭ଗୋଟି ପ୍ଲଟ, ୩ଟି ଘର, ବ୍ୟାଙ୍କ ଅ।କାଉଣ୍ଟ, ସୁନା ଅଳଙ୍କାର, କାର୍ ଏବଂ ୨ଟି ବାଇକ ଜବତ କରାଯାଇଛି।

Comment