ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାର କାର୍ଡ ଲିଙ୍କକୁ ନେଇ ସାରା ଦେଶରେ ଦୀର୍ଘ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। ହେଲେ କୌଣସି ସମାଧାନର ବାଟ ବାହାରିପାରୁ ନଥିଲା। କେଉଁଠି ଆଧାର କାର୍ଡ ଲିଙ୍କ କରିବା ଜରୁରୀ ଏବଂ କେଉଁଠି ନୁହେଁ ତାକୁ ନେଇ ଆଶଙ୍କାରେ ପଡ଼ୁଥିଲେ ଲୋକେ। ହେଲେ ସୁପ୍ରିମକୋର୍ଟ ଆଜି ଆଧାର କାର୍ଡ ସମ୍ପର୍କରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

କେଉଁଠି ଆଧାର କାର୍ଡ ଲିଙ୍କ୍ କରିବା ଜରୁରୀ ଏବଂ କେଉଁଠି ନୁହେଁ ତାକୁ ନେଇ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି।

କେଉଁଠି ଜରୁରୀ ନୁହେଁ?

  • ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ
  • ଘରୋଇ କମ୍ପାନି, ଟେଲିକମ୍ ଏବଂ ଇ କମର୍ସ ଫାର୍ମ ଲୋକଙ୍କୁ ଆଧାର କାର୍ଡ ମାଗି ପାରିବେ ନାହିଁ
  • ୬ରୁ ୧୪ ବର୍ଷର ପିଲା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ
  • ସିବିଏସ୍‌ଇ, ୟୁଜିସି ଏବଂ ନିଟ୍ ପରୀକ୍ଷା ବେଳେ ଆଧାର କାର୍ଡ ଜରୁରୀ ନୁହେଁ

ଆଧାର କେଉଁଠି ଜରୁରୀ?

  • ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ବେଳେ ଆଧାର କାର୍ଡ ନିହାତି ଦରକାର
  • ପାନ କାର୍ଡ ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ
  • ସରକାରୀ ଯୋଜନାରୁ ସୁବିଧା ନେବା ପାଇଁ ଆଧାର କାର୍ଡ ଜରୁରୀ

ଆଧାର କାର୍ଡ ସୁରକ୍ଷିତ

ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ଆଧାର କାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ। ଆଧାର କାର୍ଡର କୌଣସି ନକଲ ହୋଇପାରିବ ନାହିଁ। ଆଧାର କାର୍ଡରେ ନାଗରିକଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଆଇନ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆଜି ଆଧାର ନିୟମର ଧାରା ୫୭କୁ ଉଚ୍ଛେଦ କରିଛନ୍ତି।

Comment