ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଜନ୍ମଦିନ।

ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

ଏହି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଅନେକ ରାଜନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।

ମନମୋହନ ସିଂ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଅର୍ଥଶାସ୍ତ୍ରୀ ଭାବରେ ମଧ୍ୟ ସେ ପ୍ରଖ୍ୟାତ ଲାଭ କରିଛନ୍ତି।

ସେ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବର ଗାହଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଗୁରୁମୁଖ ସିଂ ଏବଂ ମାତା ଅମ୍ରିତ କୌରତାଙ୍କୁ ସେ ଅତି ସ୍ନେହ କରୁଥିଲେ।

ଏହାବ୍ୟତୀତ ତାଙ୍କ ଶାସନ ସମୟରେ ଭାରତ ଜଗତୀକରଣ କ୍ଷେତ୍ରରେ ପାଦ ଥାପିଥିଲା।

Comment