ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଗୁରୁପ୍ରିୟା ସେତୁ ବିରୋଧରେ ମେଳି ବାନ୍ଧୁଛନ୍ତି ମାଓ ସମର୍ଥକ। ବିଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟାକୁ ବିରୋଧ କରିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା କହିଛନ୍ତି। ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି ତ ଏକର ଏକର ଜମିରେ ପାଣି ମାଡିଯାଇ ଫସଲ ନଷ୍ଟ ହୋଇଛି। ଲୋକଙ୍କୁ କ୍ଷତିପୂରଣ ଦାବି କରି ଏକ ବିରାଟ ଶୋଭାଯାତ୍ରା କରିଥିଲେ ସମର୍ଥକମାନେ।

ଶୋଭାଯାତ୍ରା ପରେ ଏକ ପାହାଡ଼ିଆ ଅଞ୍ଚଳରେ ପ୍ରଜାମେଳି ଅନୁଷ୍ଠିତ ହୋଇଥିଲା। ବିଚ୍ଛିନ୍ନାଞ୍ଚଳରେ ଆଜି ବି ବିକାଶ ପହଞ୍ଚି ପାରିନି। ସ୍ୱାଭିମାନ ଅଞ୍ଚଳ ଘୋଷଣା କରାଯାଇଛି ସତ ହେଲେ ବିକାଶଠାରୁ ଏହା ଅପହଞ୍ଚ ବୋଲି ସରକାରଙ୍କୁ ଦୃଢ଼ ନିନ୍ଦା କରି ଏହି ମେଳିର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ନାଲି ରଙ୍ଗର ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖାଦେଇଛି। ଏବେ ବି ଲାଲବାହିନୀର ପତନ ମାଲକାନଗିରିରେ ହୋଇନାହିଁ ବୋଲି ମେଳିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here