ଓଡ଼ିଶାଲାଇଭ୍ ବ୍ୟୁରୋ
୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍। ନଭେମ୍ବର ୧୨ରୁ ଡିସେମ୍ବର ୭ ଯାଏଁ ଭୋଟ।
- ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ରେ ଭୋଟ
- ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଭୋଟ
- ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଡିସେମ୍ବର ୭ରେ ଭୋଟ
- ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଏବଂ ତେଲେଙ୍ଗାନାରେ ନଭେମ୍ବରରୁ ଡିସେମ୍ବର ମାସ ଭିତରେ ନିର୍ବାଚନ ହେବ। ଡିସେମ୍ବର ୧୧ରେ ଏହି ୫ଟି ରାଜ୍ୟରେ ଫଳାଫଳ ପ୍ରକାଶ ପାଇବ।
ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ଏବଂ ୨୦ ତାରିଖରେ ହେବ ଭୋଟ।
ନଭେମ୍ବର ୧୨ ତାରିଖ ମତଦାନ ପାଇଁ ଅକ୍ଟୋବର ୨୩ ତାରିଖରେ ନାମାଙ୍କନପତ୍ର ଦାଖଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୮ଟି ଆସନ ପାଇଁ ନିର୍ବାଚନ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୨ରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ମୋଟ ୭୨ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ।
ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୮ରେ ଏହି ଦୁଇଟି ରାଜ୍ୟରେ ଭୋଟ ଗ୍ରହଣ ହେବ। ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଡିସେମ୍ବର ୭ରେ ଭୋଟ ଗ୍ରହଣ କରାଯିବ। ଏହି ଦୁଇ ରାଜ୍ୟରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ।
ଡିସେମ୍ବର ୧୧ରେ ଭୋଟ ଗଣତି କରାଯିବ ଏବଂ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ।








୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍। ନଭେମ୍ବର ୧୨ରୁ ଡିସେମ୍ବର ୭ ଯାଏଁ ଭୋଟ।









