ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା-ଆନ୍ଧ୍ର ସୀମାର କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା କର୍ମୀଙ୍କ ଭିତରେ ଘମାଘୋଟ ଲଢ଼େଇ। ସୁରକ୍ଷା କର୍ମୀଙ୍କ ଗୁଳିରେ କିଛି ଟପ୍‌ ମାଓ ନେତା ଆହତ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ପୋଲିସ ହାତରୁ ସମସ୍ତେ ଖସି ଯାଇଛନ୍ତି। ସୁଙ୍କି ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଛି।

ସୁଙ୍କି ଜଙ୍ଗଲରେ ୨୦ରୁ ୩୦ ମାଓବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଫଳରେ ଆଜି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କୋମ୍ବିଂ ଅପରେସନ। କୋମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କ ଉପରୁ ମାଓବାଦୀମାନେ ପ୍ରଥମେ ଗୁଳି ମାଡ଼ କରିଥିଲେ। ଏହାର କିଛି ସମୟରେ ସୁରକ୍ଷା କର୍ମୀମାନେ ପାଲଟା ଆକ୍ରମଣ କରିଥିଲେ। ରବିବବାର ଦିନ ପ୍ରାୟ ୧ଟାରୁ ୨ ମଧ୍ୟରେ ଏହି ଗୁଳି ବିନିମୟ ଚାଲିଥିଲା। ସୁରକ୍ଷା କର୍ମୀଙ୍କୁ ଗୁଳି ମାଡ଼ରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏବେ ବି ଉକ୍ତ ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଛି।

କୋମ୍ବିଂ ଅପରେସନ ବେଳେ ଘଞ୍ଚ ଜଙ୍ଗଲରେ ସୁରକ୍ଷା କର୍ମୀ ମାଓ କ୍ୟାମ୍ପ ଠାବ କରିଛନ୍ତି। ଏହି କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ। ଏହା ମାଓକ୍ୟାମ୍ପକୁ ମଧ୍ୟ ଉଡ଼ାଇ ଦେଇଛନ୍ତି ସୁରକ୍ଷା କର୍ମୀ।

“ସୁଙ୍କି ଜଙ୍ଗଲରେ ବର୍ତ୍ତମାନ କୋମ୍ବିଂ ଅପରେସନ ଜାରି ରହିଛି। ଜଙ୍ଗଲ ଆଖପାଖ ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୫ରୁ ଅଧିକ ଟପ୍ ମାଓ ନେତା ଜଙ୍ଗଲ ପାଖ ଗାଁରେ ଲୁଚି ରହିଥିବା ଖବର ମିଳିଛି। ପୋଲିସ ଏଥିପ୍ରତି ସଜାଗ ରହିଛି”, କହିଛନ୍ତି କୋରାପୁଟ ଏସ୍‌ପି କେ ବି ସିଂହ।

Comment