ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧ ନିକଟରେ ଜନୈକ ଯୁବକକୁ ଅତି ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ନୂଆଗୋଳାବନ୍ଧ ସ୍କୁଲ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ନୟାଗଡ଼ ଅଂଚଳର କୈଳାଶ ପ୍ରଧାନ।

ଗତକାଲି ରାତିରେ କିଛି ସ୍ଥାନୀୟ ଯୁବକଙ୍କ ସହ ସେ ମଦ୍ୟପାନ କରିଥିଲେ। କୌଣସି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ର ରୂପ ନେବାରୁ କୈଳାଶକୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦେଇ ଦୁର୍ବୃତମାନେ ଫେରାର ହୋଇଯାଇଥିଲେ। ସୋମବାର ସକାଳୁ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପଛପଟ ପାଶ୍ୱର୍ରେ ଥିବା ଏକ ବିଲରେ କୈଳାଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଅଂଚଳବାସୀ ଦେଖିବାକୁ ପାଇଥିଲେ।

ଏ ସମ୍ପର୍କରେ ଗୋପାଳପୁର ଥାନାକୁ ଖବର ଦେଇଥିଲେ ଲୋକେ। ଗୋପାଳପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।

Comment