ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନରେ ଜିକା ଭାଇରସ୍‌ର ଆତଙ୍କ। ରାଜସ୍ଥାନର ରାଜଧାନୀ ଜୟପୁରରେ ଜିକା ଭାଇରସ୍‌ରେ ୨୨ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଜିକା ଭାଇରସ୍ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମାଗିଛି।

ରାଜସ୍ଥାନରେ କିପରି ଭାଇରସ୍‌କୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ରାଜସ୍ଥାନ ସରକାରଙ୍କ ସହଯୋଗରେ ସାତ ଜଣିଆ ଉଚ୍ଚସ୍ତରୀୟ ଟିମ୍ କିଛିଦିନ ହେଲା ଜୟପୁର ଗସ୍ତରେ ଯାଇଛନ୍ତି। ଜୟପୁରରେ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବିହାରର ଜଣେ ବ୍ୟକ୍ତି ଅଛନ୍ତି।

ନିକଟରେ ସେ ନିଜ ଗାଁକୁ ଆସିଥିଲେ। ଏଣୁ ବିହାରରେ ବି ଲୋକମାନଙ୍କୁ ସଜାଗ କରାଯାଇଛି। ଜିକା ଭାଇରସ୍ ଆକ୍ରାନ୍ତଙ୍କ ଉପରେ ନଜର ରଖିବା ପାଇଁ ବିହାର ସରକାର ୩୮ଟି ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ଥାନରେ ଯେପରି ଭାଇରସ୍ ଅଧିକ ନବ୍ୟାପେ ସେଥିପାଇଁ ଜନସାଧାରଣମାନଙ୍କୁ ସତର୍କ କରାଯାଉଛି। ରାଷ୍ଟ୍ରିୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନସିଡିସି)ରେ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରିସ୍ଥିତିର ସମୀକ୍ଷା କରିଛି। ସଂକ୍ରମିତ ଲୋକଙ୍କ ପାଖରୁ ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀକୁ ପଠାଯାଇଛି।

ଭାରତରେ ଏହା ପ୍ରଥମଥର ପାଇଁ ଜାନୁଆରୀ ଏବଂ ଫେବୃଆରୀ ୨୦୧୭ରେ ଏହି ଭାଇରସ୍ ଅହମ୍ମଦାବାଦରେ ଦେଖାଯାଇଥିଲା।

Comment