ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ପୋଲିସ କମିଶନରଙ୍କ ଇ-ମେଲ ମାଧ୍ୟମରେ ଶନିବାର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଏବେ ବିପଦରେ। କେହି ଜଣେ ଅଜଣା ବ୍ୟକ୍ତି ଶନିବାର ଇ-ମେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର ଧମକ ଦେଇଛି।

ତେବେ ଏହି ଧମକ ସିଧାସଳଖ ଦିଲ୍ଲୀ ପୋଲିସ କମିଶନରଙ୍କ ପାଖକୁ ପଠାଯାଇଛି। ଯାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି।

ଦିଲ୍ଲୀ ପୋଲିସ କମିଶନରଙ୍କ ଇ-ମେଲ ଆଇଡିକୁ ଏହି ଧମକ ଭରା ସନ୍ଦେଶ ଆସିଛି। ଏଥିସହ ଏହି ଇ-ମେଲ୍‌ରେ ଦିନ ଓ ମାସ ବିଷୟରେ ବି ଲେଖାଯାଇଛି।

ଏହାଛଡ଼ା ୨୦୧୯ର ନିର୍ବାଚନ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଦିଲ୍ଲୀ ପୋଲିସ କହିଛି, “ ଏହି ମେଲ୍‌ଟି ଆସାମର ଏକ ଜିଲ୍ଲାରୁ ପଠାଯାଇଛି। ଧମକ ଭରା ମେଲ୍ ମିଳିବା ପରେ ହିଁ ଦିଲ୍ଲୀ ପୋଲିସ ଏହାର ତଦନ୍ତ କରିବାରେ ଲାଗିପଡ଼ିଛି।

Comment