ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରକୁ ଏବେ ମହିଳାମାନେ ଯାଇ ଦର୍ଶନ କରିପାରିବେ। ତାଙ୍କ ପାଇଁ ଖୋଲିଛି ଗେଟ୍।

କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରର କବାଟ ମହିଳାମାନଙ୍କ ପାଇଁ ଖୋଲିଛି। ଦୀର୍ଘବର୍ଷ ଧରି ସବରିମାଳା ମନ୍ଦିର ଭିତରକୁ ମହିଳାମାନଙ୍କ ପ୍ରବେଶକୁ ନେଇ ନିଷେଧ କରାଯାଇଥିଲା। ଯାହାକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ବୁଧବାର ସନ୍ଧ୍ୟା ୫ଟା ସମୟରୁ ମହିଳାମାନେ ସ୍ୱାମୀ ଆୟାପ୍ପାଙ୍କର ଦର୍ଶନ କରିପାରିବେ। ଆୟାପ୍ପାଙ୍କ ଦର୍ଶନ ପାଇବା ପାଇଁ ବୁଧବାର ସକାଳୁ ହିଁ ଜନସମାଗମ ଲାଗିଯାଇଥିଲା। ହେଲେ ଶ୍ରଦ୍ଧାଳୁମାନେ ମହିଳାମାନଙ୍କୁ ଭିତରକୁ ଛାଡ଼ୁନଥିଲେ।

ଯେଉଁ କାରଣରୁ ଉଭୟ ମହିଳା ଏବଂ ଆୟାପ୍ପା ଅନୁଗାମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଉଭୟ ପକ୍ଷର ଧସ୍ତାଧସ୍ତି ସମୟରେ ଆୟାପ୍ପାଙ୍କ ଅନୁଗାମୀମାନେ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକମାନଙ୍କୁ ମାଡ଼ ମାରିଥିଲେ।

ଏହାଛଡ଼ା ସାମ୍ବାଦିକଙ୍କ ଗାଡ଼ି ଉପରକୁ ବି ଢେଲା ପଥର ଫୋପାଡ଼ି ଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଶୁଣାଇବା ପରେ ମଧ୍ୟ ଅନୁଗାମୀମାନେ ଏହାକୁ ବିରୋଧ କରିଥିଲେ। ଏଥିସହ କୋର୍ଟର ଏପରି ନିର୍ଦ୍ଦେଶ ଦ୍ୱାରା ଆୟାପ୍ପା ପରମ୍ପରା ହରେଇ ବସିବ ବୋଲି ସେମାନେ ସ୍ୱର ଉତ୍ତୋଳନ ମଧ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ହିଂସା ତୀବ୍ର ରୂପ ନେବା କାରଣରୁ ପୋଲିସ କେତେକ ଅନୁଗାମୀଙ୍କ ସହ ‘ସେଭ୍ ସବରମାଳା’ ଆନ୍ଦୋଳନର ସଭାପତି ରାହୁଲ ଇଶ୍ୱରଙ୍କୁ ବି ଗିରଫ କରିଛି।

Comment