ଓଡ଼ିଶାଲାଇଭ୍ ବ୍ୟୁରୋ

ଲେବୁଲ୍ କ୍ରସିଂ ଭାଙ୍ଗି ଟ୍ରେନକୁ ଧକ୍କା ଦେଲା ଟ୍ରକ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରର ପ୍ରାଣଗଲା।

ମଧ୍ୟପ୍ରଦେଶର ଥାନ୍ଦଲା ଷ୍ଟେସନରୁ ଅଳ୍ପ ଦୂରରେ ଥିବା ଲେବୁଲ୍ କ୍ରସିଂରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଟ୍ରକଟି ନିଜାମୁଦ୍ଦିନ-ତ୍ରିଭେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ ଧକ୍କା ଦେଇଛି। ଫଳରେ ଟ୍ରକ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା।

ପଶ୍ଚିମତଟ ରେଳବାଇର ସୂଚନା ଅନୁଯାୟୀ ଗୋଧ୍ରା-ରାତଲାମ ନିକଟ ଲେବୁଲ୍ କ୍ରସିଂରେ ଟ୍ରେନଟି ପାସ୍ କରୁଥିବା ବେଳେ ଲେବୁଲ୍ କ୍ରସିଂର ଗେଟ୍ ବନ୍ଦ ରହିଥିଲା। କିନ୍ତୁ ଦ୍ରୁତଗତିରେ ଆସୁଥିବା ଟ୍ରକଟି ଲେବୁଲ୍ କ୍ରସିଂର ଗେଟକୁ ଭାଙ୍ଗି ରାଜଧାନୀ ଏକ୍ସପ୍ରେସର ୭ ଏବଂ ୮ନମ୍ବର ବଗିକୁ ଧକ୍କା ଦେଇଥିଲା। ଫଳରେ ବଗି ଦୁଇଟି ଲାଇନଚ୍ୟୁତ ହୋଇଯାଇଥିଲା।

ଟ୍ରେନରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷୟ କ୍ଷତି ହୋଇ ନଥିବା ଜଣାପଡ଼ିଛି। ଲାଇନଚ୍ୟୁତ ହୋଇଥିବା ବଗିର ଯାତ୍ରୀମାନଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଛି।

Comment