ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଚୀନରେ ବିଶ୍ୱର ସବୁଠୁ ଲମ୍ବା ସମୁଦ୍ର ପୋଲ ଉଦ୍ଘାଟିତ ହୋଇଯାଇଛି।
ଚୀନର ସହର ଗୁହାଇକୁ ହଂକଂ ଏବଂ ମାକାଉ ସହିତ ସଂଯୋଗ କରୁଥିବା ବିଶ୍ୱର ସବୁଠୁ ଲମ୍ବା ସମୁଦ୍ର ପୋଲ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଜୁହାଇଠାରେ ଆୟୋଜିତ ଏକ ଉତ୍ସବରେ ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଏହି ପୋଲକୁ ଉଦ୍ଘାଟନ କରିଥିଲେ।

ଏହି ପୋଲକୁ ନିର୍ମାଣ କରିବାକୁ ପ୍ରାୟ ୯ ବର୍ଷ ଲାଗିଥିଲା। ଏହାଛଡ଼ା ‘ଜୁହାଇ–ହଂକଂ-ମାକାଉ’ ପୋଲ ପାଖାପାଖି ୫୫ କିଲୋମିଟର ଲମ୍ବା। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ପୋଲକୁ ବୁଧବାର ଦିନ ଖୋଲାଯାଇଛି।
ଏହି ପୋଲ ନିର୍ମାଣରେ ୪ ଲକ୍ଷ ଟନ୍ ଷ୍ଟିଲ ଲାଗିଛି। ନିର୍ମାଣକାରୀଙ୍କ କହିବାନୁସାରେ, ସାନ୍ ଫ୍ରାନ୍ସିସ୍କୋ ଗୋଲ୍ଡେନ୍ ଗେଟ୍ ବ୍ରିଜ୍ଠାରୁ ପ୍ରାୟ ୫ ଗୁଣା ଅଧିକ ଷ୍ଟିଲ ଏଥିରେ ଲଗାଯାଇଛି।

ଏହାଛଡ଼ା ଏହି ପୋଲଟି ପ୍ରାୟ ୮.୦ ତୀବ୍ରତାର ଭୂକମ୍ପ ଓ ପ୍ରବଳ ଝଡ଼ତୋଫାନଙ୍କୁ ସାମ୍ନା କରିବାର ସାମର୍ଥ୍ୟ ମଧ୍ୟ ରହିଛି।












