ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରପଡ଼ା ଜେଲ୍ରେ ଅଭିଜିତ ଆୟାର ମିତ୍ର। ଚାରି ଦିନିଆ ରିମାଣ୍ଡରେ ନେବ କୋଣାର୍କ ଥାନା ପୋଲିସ।
ଅଭିଜିତ ଆୟାର ମିତ୍ରଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବ କୋଣାର୍କ ଥାନା ପୋଲିସ। ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଆଜି ଏଥିପାଇଁ କୋଣାର୍କ ଥାନାକୁ ଅନୁମତି ଦେଇଛନ୍ତି। ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋଣାର୍କ ଥାନା ପୋଲିସ ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା।
କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଅଭିଜିତଙ୍କୁ ମଙ୍ଗଳବାର ଦିନ ସହିଦ ନଗର ଥାନା ପୋଲିସ ଗିରଫ କରିଥିଲା। ପରେ ଅଭିଜିତଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରିଥିଲା ପୋଲିସ।
ଅଭିଜିତଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ମଙ୍ଗଳବାର ରାତିରୁ ଅଭିଜିତ ଝାରପଡ଼ାରେ ଜେଲ୍ରେ ଅଛନ୍ତି।
କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ସହିଦ ନଗର, କୋଣାର୍କ ଏବଂ ପୁରୀ ଅରଖକୁଦା ଥାନାରେ ଏତଲା ଦିଆଯାଇଥିଲା।
ସହିଦ ନଗର ଥାନାରେ ଆଇପିସି ଧାରା ୨୯୪, ୨୯୫ (ଏ), ୧୫୩ (ଏ), ୫୦୦, ୫୦୬ ଏବଂ ୬୭ରେ ମାମଲା ରୁଜୁ ହୋଇଛି।
ସେହିପରି କୋଣାର୍କ ଥାନାରେ ବିମ୍ବାଧର ବେଉରା ନାମକ ଜଣେ ବ୍ୟକ୍ତି ମଧ୍ୟ ଏତଲା ଦାୟର କରିଥିଲେ। ଏହାକୁ ଆଧାର କରି ପୋଲିସ ୯୨/୧୮ ନମ୍ବର କେସ୍ ରୁଜୁ କରିଛି। ଏଥିରେ ଅଭିଜିତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୪, ୧୫୩(ଏ), ୨୯୫(ଏ), ୨୯୮ ଏବଂ ସୂଚନା ଓ ପ୍ରଯୁକ୍ତି ଆଇନର ୬୬ ଧାରା ତଥା ଆନସିଏଣ୍ଟ ମନ୍ୟୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଧାରାରେ ମାମଲା ରୁଜୁ ହୋଇଥିଲା।








ଝାରପଡ଼ା ଜେଲ୍ରେ ଅଭିଜିତ ଆୟାର ମିତ୍ର। ଚାରି ଦିନିଆ ରିମାଣ୍ଡରେ ନେବ କୋଣାର୍କ ଥାନା ପୋଲିସ।








