ଓଡ଼ିଶାଲାଇଭ୍ ବ୍ୟୁରୋ
‘ଚାମ୍ପିଅନ୍ ଅଫ୍ ଦ ଆର୍ଥ’ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ପାଇଁ ସମ୍ମାନ ଜନକ ସିଓଲ ଶାନ୍ତି ପୁରସ୍କାର ୨୦୧୮ ପ୍ରଦାନ କରାଯିବ। ସିଓଲ ଶାନ୍ତି ପୁରସ୍କାର ସାଂସ୍କୃତିକ ଅନୁଷ୍ଠାନର ଅଧ୍ୟକ୍ଷ କୱନ ଇ-ହାୟୋକ୍ ଏ ବିଷୟରେ ସୂଚନା ଦେଇଛନ୍ତି।
ଏହି ପୁରସ୍କାର ପାଇଁ ସାରାବିଶ୍ୱରୁ ପ୍ରାୟ ୧୦୦ ଜଣ ଲୋକଙ୍କୁ ଚୟନ କରାଯାଇଥିଲା। ଏହି ସୂଚୀରେ ବିଭିନ୍ନ ଦେଶର ରାଷ୍ଟ୍ରପତି, ନେତା, ବ୍ୟବସାୟୀ, ସମ୍ବାଦିକ, ଖେଳାଳୀ ଏବଂ ଧାର୍ମିକ ନେତାମାନେ ସାମିଲ ଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏହି ପୁରସ୍କାର ପାଉଥିବା ୧୪ତମ ବ୍ୟକ୍ତି।
ସିଓଲର ଜୁଙ୍ଗ୍-ଗୁ ସହରରେ ବସିଥିବା ବୈଠକରେ ଚୟନ କମିଟିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶର ଆର୍ଥିକ ବିକାଶ ପାଇଁ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ମୋଦିଙ୍କୁ ମାନପତ୍ର ଏବଂ ୨ଲକ୍ଷ ଡଲାର ପ୍ରଦାନ କରାଯିବ।