ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡର ଚାଇବାସାରେ ଘଟିଛି ଏକ ଦୁଃଖଦ ଘଟଣା। ଜଣେ ୧୩ ବର୍ଷର ଝିଅକୁ ତା’ ନିଜ ଦାଦା ଗର୍ଭବତୀ କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟ ଯୁବକ ଓ ଯୁବତୀ ହୋ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଗାଁ ପଞ୍ଚାୟତ ସେମାନଙ୍କ ପାଇଁ କଠୋର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରୋବିନ ଓରଫ ମାନସିଂ କୁଂକଲଙ୍କୁ ୫ଲକ୍ଷ ଟଙ୍କା ଜୋରିମାନା ସହିତ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କୁ ଜୀବନ୍ତ ଜଳାଇ ଦେବାପାଇଁ ଗ୍ରାମ ପଞ୍ଚାୟତ ନିଷ୍ପତ୍ତି ଶୁଣାଇଛନ୍ତି।

ପଞ୍ଚାୟତର ମୁଖ୍ୟ ଗବ୍ବର ସିଂ ହେମ୍ବ୍ରମଙ୍କ କହିଛନ୍ତି, “କୌଣସି ମଣିଷ ସମାଜଠାରୁ ବଡ଼ ନୁହେଁ। ଆଗକୁ ଏହିଭଳି ଘଟଣା ଯେପରି ନଘଟେ ସେଥିପାଇଁ ପଞ୍ଚାୟତ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।”

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଭିଯୁକ୍ତ ରୋବୀନ ନିଜ ବଡ଼ ଭାଇ ଘରେ କାମ କରୁଥିଲା। ୨ ବର୍ଷ ହେଲାଣି  ସେ ସେଠାରେ ରହି ଆସୁଥିଲା। ସେଠାରେ ସେ ନିଜ ୧୩ ବର୍ଷର ଝିଆରୀକୁ ଡରାଇ ଧମକାଇ ତା’ସହ ଦୁଷ୍କର୍ମ କରୁଥିଲା, ଯାହାପାଇଁ ସେ ଗର୍ଭବତୀ ହୋଇଯାଇଥିଲା। ମାମଲା ସାମ୍ନାକୁ ଆସିବା ପରେ ଗାଁରେ ପଞ୍ଚାୟତ ଡକା ଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବାପରେ ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏସପି କ୍ରାନ୍ତି କୁମାରଙ୍କ କହିବା ଅନୁଯାୟୀ,”ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଆବଶ୍ୟକସ୍ଥଳେ ଦୋଷୀଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ।”

 

Comment