ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇରାଲ ହେଲା ନାଗ ସାପର ମଣି!
ନାଗ ସାପ ପାଖରେ ନାଗ ମଣି ରହିଥିବା ବିଶ୍ୱାସ ରହିଛି। ହିନ୍ଦୁ ଧର୍ମରେ ଲୋକେ ନାଗସାପକୁ ପୂଜାର୍ଚ୍ଚନା ମଧ୍ୟ କରନ୍ତି। କର୍ଣ୍ଣାଟକ ଚିକମଙ୍ଗଲୁରର ହୋଲମାକି ଗାଁରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେଠାରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ନାଗ ସାପ। ସାପଟିର ମୁଣ୍ଡରେ ଲାଲ୍ ରଙ୍ଗର ଆଲୋକ ଜଳୁଛି, ଯାହାକୁ ଗାଁର ଲୋକେ ନାଗମଣି ବୋଲି କହୁଛନ୍ତି।

ଗାଁର ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ଚାଷ ଜମିରେ ସେମାନେ ଏହି ନାଗ ସାପ ଦେଖିଥିଲେ ଏବଂ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିଲେ।
ହେଲେ ଏବେ ସୋସିଆଲ ମିଡିଆରେ ମଧ୍ୟ ଏହି ସାପର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓରେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏକ କୁକୁର ଉକ୍ତ ସାପଟିକୁ ଦେଖି ଭୋକୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ସାପ ମୁଣ୍ଡରୁ ଆଲୋକ ପ୍ରଘଟିତ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି।

ଗାଁ ଲୋକେ କହିବାନୁସାରେ, ‘ହୋଲମାକି ଗାଁ ନିବାସୀ ଅବିନାଶଙ୍କ କୁକୁର ଅଚାନକ ଭୋକିବାକୁ ଆରମ୍ଭ କରିଥିଲା’। ଲୋକମାନେ ଭାବିଲେ ଯେ, ଚାଷ ଜମିରେ ହୁଏତ କେହି ପଶୁ ପଶିଯାଇଛି। ଚାଷ ଜମିରେ ପହଞ୍ଚିବା ପରେ ପ୍ରକୃତ ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ।
ଏହି ଘଟଣାକୁ ନେଇ ସାପ ବିଶେଷଜ୍ଞ କହିଛନ୍ତି, “ଏଥିରେ କୌଣସି ଚମତ୍କାର ନାହିଁ। କୌଣସି ପ୍ରଜାତିର ସାପଙ୍କ ମୁଣ୍ଡରୁ ଆଲୋକ ପ୍ରଘଟିତ ହୋଇନଥାଏ। ଅଧିକ ଖରା ହେବା କାରଣରୁ ଏପରି ହୋଇ ଥାଇପାରେ”।












