ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗଉବା ସୋସିଆଲ ମିଡିଆର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଆସାମାଜିକ ତତ୍ତ୍ୱ ଏବଂ ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ସୁରକ୍ଷା ସଂସ୍ଥା, ଦୂରସଞ୍ଚାର ବିଭାଗର ଅଧିକାରୀଙ୍କ ସମେତ ଫେସବୁକ, ଗୁଗଲ, ଟୁଇଟର, ହ୍ୱାଟ୍ସ ଆପ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡିଆର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସୋସିଆଲ ମିଡିଆର ପ୍ରତିନିଧିମାନେ ୱେବସାଇଟ ବ୍ଲକ କରିବା, ଆପତ୍ତିଜନକ ତଥ୍ୟକୁ ହଟାଇବା ଉପରେ ଅବଗତ କରାଇଥିଲେ। ବିଶେଷକରି ସୋସିଆଲ ମିଡିଆ ଜନିତ ଅଭିଯୋଗକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ଏବଂ ସୁରକ୍ଷା ସଂସ୍ଥା ଉପରେ ସମନ୍ୱୟ ରକ୍ଷା କରିବା ଉପରେ ସ୍ୱରାଷ୍ଟ୍ର ସଚିବ ଗୁରୁତ୍ୱ ଦେଇଥିଲେ।

ଗତ ଜୁନ ୨୮ ତାରିଖରେ ସ୍ୱରାଷ୍ଟ୍ର ସଚିବ ସୋସିଆଲ ମିଡିଆ ପ୍ରତିନିଧିମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ। ଦେଶର ସୁରକ୍ଷା ଏବଂ ଶିଶୁଙ୍କ ଯୌନ ଶୋଷଣ ଆଦି କ୍ଷେତ୍ରରେ ଯେପରି ସୋସିଆଲ ମିଡିଆର ଅପବ୍ୟବହାର ହୋଇ ନପାରିବ, ସେ ଦିଗରେ ନିଷ୍ପତ୍ତି ନିଆଯାଇଥିଲା।

Comment