ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀସ୍ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିବାରୁ ଘରେ ଶୋଇଥିବା ଲୋକ ଭୟରେ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ଯୋଗୁଁ କେତେକ କୋଠାରେ ଫାଟ ସୃଷ୍ଟି ହେବା ସହିତ ଅନେକ ଆହତ ମଧ୍ୟ ହୋଇଛନ୍ତି।
ଆହତମାନଙ୍କୁ ତୁରନ୍ତ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।












