ଓଡ଼ିଶାଲାଇଭ୍ ବ୍ୟୁରୋ

ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଲୋକାର୍ପିତ କରିଛନ୍ତି।

ଗୁଜରାଟର ରାଜ ପିପିଲ ନିକଟ ନର୍ମଦା ନଦୀକୂଳରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ତିଆରି ହୋଇଛି ଏହି ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତିଟି ସମ୍ପୂର୍ଣ୍ଣ ଲୌହରେ ତିଆରି ହୋଇଛି।

୨୦୧୦ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରିଥିଲେ ମୋଦି। ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳକାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଦେଶ-ବିଦେଶରୁ ବହୁ ପର୍ଯ୍ୟଟକ ମଧ୍ୟ ଯୋଗ ଦେଇଛନ୍ତି।

Comment