ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିମାନ ବନ୍ଦର ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ।

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର। ଏନେଇ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟଙ୍କ ମଞ୍ଜୁରୀ ମିଳିଛି। ଝାରସୁଗୁଡ଼ା ବିମାନ ବନ୍ଦର ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ।


କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହାସହ ଜୁଏଲ ଓରାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମକରଣ କରିବାକୁ ଗତ କିଛି ଦିନ ଧରି ରାଜ୍ୟ ସରକାର ଦାବି କରି ଆସୁଥିଲେ।

ଅକ୍ଟୋବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଥିଲେ। ବିମାନ ଚଳାଚଳ ସ୍ୱାଭାବିକ କରିବାକୁ ଝାରସୁଗୁଡା ବିମାନ ବନ୍ଦରରେ ନିୟମିତ ବିମାନ ଉଡାଣ କରିବାକୁ ଅନୁରୋଧ କରିଥିଲେ ନବୀନ।

ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିଥିଲେ। ଏହି ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। ହେଲେ କାର୍ଯ୍ୟକାରୀ ହେବାକୁ ଅନେକ ଦିନ ଲାଗିଯାଇଥିଲା।

Comment