ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଲକାନଗିରିରେ ପୋଲିସକୁ ମିଳିଛି ବଡ଼ ସଫଳତା। ୫ ହାଡ୍‌କୋର ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଥିବା ବେଳେ ଆଉ ୨ ଜଣଙ୍କର ପରିଚୟ ମିଳିପାରି ନାହିଁ। ଏହି ତିନି ମାଓବାଦୀ ହେଲେ ଏସିଏମ୍ କ୍ୟାଡର ଉଙ୍ଗା ସୋଡି ଓରଫ କୀର୍ତ୍ତି, ପାର୍ଟି ମେମ୍ଵର ମାସେ ମାଡ଼ି ଓରଫ ସୁନି ଏବଂ ପାର୍ଟି ମେମ୍ବର ସୀମା କେନ୍ଦରୁକା ଓରଫ ସୁଶିଳା।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଆଲୁରକୋଟା ଏବଂ ସୋନିଆସିଗୁଡା ଜଙ୍ଗଲରେ ଏସ୍‌ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ରବିବାର ବିଳମ୍ବିତ ରାତିରେ ଏହି ଗୁଳିବିନିମୟ ଘଟିଥିଲା। ସୁରକ୍ଷା କର୍ମୀ ୫ଟି ବନ୍ଧୁକ ଏବଂ ୧ ହ୍ୟାଣ୍ଡଗ୍ରେନେଡ ଜବତ କରିଛନ୍ତି। ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଛି।

ସର୍ଚ୍ଚ ଅପରେଶନ ଶେଷ ହେବା ପରେ ସମସ୍ତ ତଥ୍ୟ ମିଳିବ ବୋଲି ଏସ୍‌ପି କହିଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ୩ ପୁରୁଷ ଏବଂ ୨ ମହିଳା ଅଛନ୍ତି। କାଲିମେଳା ଦଳମର ମୁଖିଆ ରଣଦେଵ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here