ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ବଢ଼ିଚାଲିଛି ହ୍ୱାଟସଆପ୍‌ର ବ୍ୟବହାର। ତେବେ ଏପର୍ଯ୍ୟନ୍ତ ଆପଣ ହ୍ୱାଟସଆପ୍‌ରେ ନିଜ ପ୍ରିୟଜନଙ୍କ ସହ ଚାଟିଂ କରୁଥିବେ କିମ୍ବା ଫଟୋ, ଭିଡିଓ ଏବଂ ଅଡିଓ ସେୟାର କରୁଥିବେ। କିନ୍ତୁ ଏଣିକି ଏହି ଆପ୍‌ ଜରିଆରେ ଆପଣ ଆପଣଙ୍କ ରୋଜଗାର ଦୁଇ ଗୁଣା କରିପାରିବେ। ସବୁଠାରୁ ବଡ କଥା ହେଉଛି, ଏଥିପାଇଁ ହ୍ୱାଟସଆପ ହିଁ ଆପଣଙ୍କୁ ଟ୍ରେନିଂ ଦେବ।

ହ୍ୱାଟସଆପ୍‌ କିଛି ସମୟ ପୂର୍ବରୁ ହ୍ୱାଟସଆପ୍‌ ବିଜନେସ୍ ଆରମ୍ଭ କରିଛି। ଏହା ୟୁଜର୍ସଙ୍କ ବର୍ତ୍ତମାନର ବ୍ୟବସାୟ ଏବଂ ଆୟକୁ ବଢାଇବାର ସୁଯୋଗ ପ୍ରଦାନ କରୁଛି। ଏଣିକି ହ୍ୱାଟସଆପ ଏହାକୁ ଚଲାଇବା ଏବଂ ଏହା ଜରିଆରେ ୟୁଜର୍ସଙ୍କୁ ରୋଜଗାର ବଢାଇବାର ଟ୍ରେନିଂ ମଧ୍ୟ ଦେବ।

ଏଥିପାଇଁ ହ୍ୱାଟ୍ସଆପ୍ କନଫେଡ୍ରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ସହ ଚୁକ୍ତି କରିଛି। ସିଆଇଆଇର କହିବା ଅନୁଯାୟୀ, ଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ବଢ଼ାଇବା ପାଇଁ ହ୍ୱାଟସଆପ୍ ସିଆଇଆଇର ଏସ୍‌ଏମ୍‌ଇ ଟେକ୍ନୋଲୋଜି ଫେସିଲିଟେସନ୍ ସେଣ୍ଟରର ବ୍ୟବହାର କରିବ।

ଏହି ଟ୍ରେନିଂ ସମୟରେ ହ୍ୱାଟସଆପ ବିଜନେସର ସଠିକ୍ ବାବହାର ସମ୍ପର୍କରେ ଅବଗତ କରାଇବ। ଏଥି ପାଇଁ କିଛି ଟ୍ରେନିଂ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଯାହାକୁ ୟୁଜର୍ସମାନେ ସିଆଇଆଇର ୱେବସାଇଟ www.ciisme.inରେ ଯାଇ ନେଇପାରିବେ।

Comment