ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ାଜାହାଜ ‘ଆଇଏନ୍‌ଏସ୍ ଅରିହନ୍ତ’ ସୋମବାର ପ୍ରତିରୋଧ ପାଟ୍ରୋଲିଂ ଶେଷ କରିଛି। ଏହା ବିଧିବଦ୍ଧ ଭାବେ ସମୁଦ୍ରରେ କୌଶଳ ପ୍ରଦର୍ଶନ କରିଛି।

ଏହି ସ୍ୱତନ୍ତ୍ର ଧରଣର ବୁଡ଼ାଜାହାଜ ସମୁଦ୍ରରେ ଗୋପନ ଭାବେ ଯାତ୍ରା କରିବା ସହ ଶତ୍ରୁପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରହିଛି। ଦୁଇଟି ଶବ୍ଦ ‘ଅରି’ ମାନେ ଶତ୍ରୁ ଏବଂ ‘ହନ୍ତ’ମାନେ ଧ୍ବଂସରୁ ଅରିହନ୍ତ ନାମ ସୃଷ୍ଟି ହୋଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଭାରତକୁ କେହି ଧମକ ଦେବାର ଦୁଃସାହସ ନ କରନ୍ତୁ। ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଥିବା ରାଷ୍ଟ୍ରକୁ ଅରିହନ୍ତ କଡ଼ା ଜବାବ ଦେବ।”

ପ୍ରଧାନମନ୍ତ୍ରୀ ଏହି ଜାହାଜରେ ନିୟୋଜିତ ଇଞ୍ଜିନିୟର ଓ ସଦସ୍ୟଙ୍କୁ ବଧେଇ ଜଣାଇଛନ୍ତି।

ଏହା ଆଣବିକ ଅସ୍ତ୍ର ବହନକାରୀ ବୁଡ଼ାଜାହାଜ। ନୌସେନା ବିଏଆରସି ଏବଂ ଡିଆରଡିଓ ଦ୍ୱାରା ଏହା ନିର୍ମାଣ ହୋଇଛି।

ଏହା ୧୨୫ କୋଟି ଭାରତୀୟଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଇ ପାରିବ। ସମୁଦ୍ର ମଧ୍ୟରେ ଯାତ୍ରା କରିବାବେଳେ ଏହାକୁ ଠାବ କରିବା ସହଜ ନୁହେଁ। ଯେକୌଣସି ସମୟରେ ଶତ୍ରୁପକ୍ଷଙ୍କୁ ଜବାବ ଦେଇପାରିବ ଅରିଅନ୍ତ।

୨୦୦୯ ଜୁଲାଇ ୨୬ରେ ଆଇଏନଏସ ଅରିହନ୍ତ ସମୁଦ୍ରରେ ଜଳାବତରଣ ଅଭ୍ୟାସ କରିଥିଲା। ୨୦୧୩ ଅଗଷ୍ଟ ୧୦ରେ ଏହାର ନ୍ୟୁକ୍ଲିୟର ରିଆକ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପରେ ଏହାକୁ ମରାମତ କରାଯାଇଥିଲା। ୨୦୧୬ରେ ଅରିଅନ୍ତ ଲୋକାର୍ପିତ ହୋଇଥିଲା।

ଅରିହନ୍ତ କ’ଣ?

  • ଆଇଏନ୍‌ଏସ୍ ଅରିହନ୍ତର ଓଜନ ପ୍ରାୟ ୬ ହଜାର ଟନ୍।
  • ଅରିହନ୍ତ ଭାରତର ପ୍ରଥମ ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ।
  • ଏହା ୪ଟି ପରମାଣୁ ବାଲିଷ୍ଟିକ ମିଶାଇଲ ବହନ କରିବାର କ୍ଷମତା ରହିଛି।
  • ୭୦୦ କିଲୋମିଟର ଦୂରରୁ ଏହାର ୧୫ଟି ମିଶାଇଲ୍ ଶତ୍ରୁଙ୍କୁ ଟାର୍ଗଟେ କରିପାରିବ।
  • ଅରିହନ୍ତ ୭୩ ମେଗାୱାଟ୍ ବିଶିଷ୍ଟ ପ୍ରେସରାଇଜ୍ ଲାଇଟ୍ ୱାଟର ରିଆକ୍ଟର ଦ୍ୱାରା ପରିଚାଳିତ ହେଉଛି।

LEAVE A REPLY

Please enter your comment!
Please enter your name here