ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ସୋମବାର ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହେବା ପରେ ସମସ୍ତ ଦିଗର ସମୀକ୍ଷା କରିବାକୁ ଡିଜିଙ୍କ ସହ ପହଞ୍ଚିଛନ୍ତି ପୋଲିସର ବରିଷ୍ଠ ଅଧିକାରୀମାନେ। ଏନକାଉଣ୍ଟରରେ ସାମିଲ ଥିବା ଯବାନମାନଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମା ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କର ବସିଥିଲା ବୈଠକ।

ଗତ ସୋମବାର ଦିନ ମାଲକାନଗିରି ଜିଲ୍ଲା ସିନ୍ଦୁରପାଲିଠାରେ ଘଟିଥିବା ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ବନ୍ଧୁକ ସହ ଗୁଳିଗୁଳା ଜବତ କରିଥିଲେ ଜବାନ। ଏହି ଅପରେସନରେ ସାମିଲ ଥିଲେ ଏସଓଜି ଓ ଏମାନଙ୍କୁ ସହାୟତା କରିଥିଲେ ଡିଭିଏଫ ଏବଂ ବିଏସଏଫ। ଜବାନଙ୍କର ଏହି ଅପରେସନ ଥିଲା ରାଜ୍ୟର ଏକ ସଫଳ ଅପରେସନ ବୋଲି ଡିଜିପି ପ୍ରକାଶ କରିଛନ୍ତି। ଏହି ସଫଳତାକୁ ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଥିବା ଡିଜିପି କହିଛନ୍ତି।

ପୋଲିସ ଗୁଳିରେ ଟଳି ପଡିଥିବା ୫ଜଣଙ୍କ ମଧ୍ୟରୁ ୨ଜଣ ଥିଲେ ସାଧାରଣ ଜନତା। ସେମାନେ ଗୋଟିଏ ପରିବାରର। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ ଓ ଗ୍ରାମବାସୀ। ଆଜି ଆଖପାଖଶତାଧିକ ଗ୍ରାମବାସୀ ଏବଂ ମୃତକଙ୍କ ଆତ୍ମୀୟସ୍ୱଜନ ମାଲକାନଗିରି ଆସି ବଖାଣିଥିଲେ କିଭଳି ଭାବେ ନରସଂଘର କରିଥିଲା ମାଲକାନଗିରି ପୋଲିସ।

ସ୍ପଷ୍ଟ ଦିବାଲୋକରେ ମାଓବାଦୀଙ୍କ ଉପରେ ଆକ୍ରମଣ କରିବା ସହ ପୋଲିସର ବନ୍ଧୁକର ଗୁଳିରେ ବାଦ ପଡିନଥିଲେ ଏହି ଦୁଇ ଦାଦା ପୁତୁରା। ଏମାନେ ହେଲେ ପଦ୍ମନ ହନ୍ତାଳ ଏବଂ ସୁନ୍ଦରରାୟ ହନ୍ତାଳ। ଏନକାଉଣ୍ଟର ପରେ ନିଖୋଜ ଥିବା ଏମାନଙ୍କ ବାବଦରେ ପୋଲିସକୁ ପଚାରିବାରୁ ପୋଲିସ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା।

ପରିବାରବର୍ଗ ଏହାର କ୍ଷତିପୁରଣ ଦାବି କରିଛନ୍ତି। ଅପର ପକ୍ଷରେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ଖୋଦ ଡିଜି ପୋଲିସ।

Comment