ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନାକୁ ଆହୁରି ସୁଦୃଢ଼ କରିବାକୁ ବର୍ତ୍ତମାନ ଦୁଇଟି ତୋପ ସାମିଲ କରାଗଲା। ମହାରାଷ୍ଟ୍ରରେ ଶୁକ୍ରବାର କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ କେ-୯ ବଜ୍ର ଓ ଏମ-୭୭୭ ହୋଇଟଜର ତୋପ ସାମିଲ ହୋଇଛି।

ସ୍ୱଦେଶୀ ତୋପ ମଧ୍ୟରେ ଏହା ପ୍ରଥମ। ଏହି ଏମ-୭୭୭ ହୋଇଟଜର ତୋପ ୪୦ ରୁ ୫୦ କିଲୋମିଟର ଏବଂ କେ-୯ ବଜ୍ର ୨୮ ରୁ ୩୮ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିଥାଏ। ଏହି ତୋପ ତିନି ସେକେଣ୍ଡ ମଧ୍ୟରେ ଅନବରତ ତିନି ରାଉଣ୍ଡ ଗୋଳାବାରୀ କରିବାରେ ସକ୍ଷମ ହୋଇଥାଏ। ତିନି ମିନିଟରେ ୧୫ ରାଉଣ୍ଡ ଗୋଳାବାରୀ କରିପାରେ ଏବଂ ୬୦ ମିନିଟରେ ଲଗାତାର ୬୦ ରାଉଣ୍ଡର ଫାୟାରିଙ୍ଗ୍ କରିପାରେ।

ଏହାଛଡା ସେନା ମୋଟ ୧୪୫ ଏମ୍ ୭୭୭ ହୋଇଟଜର ତୋପ ସହ ରେଜିମେଣ୍ଟ କରିବ।

୨୦୨୦ ମସିହା ବେଳକୁ ୪,୩୬୬ କୋଟି ଟଙ୍କାର ୯ ବଜ୍ର ତୋପର ସାମିଲ କରିଦିଆଯିବ। ପ୍ରଥମ ରେଜିମେଣ୍ଟ ୨୦୧୯ ଅକ୍ଟୋବର ମାସରେ ପୁରା କରାଯିବ। ୩୦ କିଲୋମିଟର ଓଜନ କ୍ଷମତାର ଏହି ତୋପ ହେଲିକେପ୍ଟର ସାହାର୍ଯ୍ୟରେ ସ୍ଥାନାନ୍ତରିତ କରାଯିବ।

ରକ୍ଷା ମନ୍ତ୍ରାଳୟ କହିବାନୁସାରେ ନାସିକରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି।

Comment