ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାର କାର୍ଡ କେତେ ସୁରକ୍ଷିତ ତାହା ଅତି ସହଜରେ ଜାଣିପାରିବେ ଲୋକେ।

ଆପଣଙ୍କ ଆଧାର କାର୍ଡ କେବେ, କେଉଁଠି ଓ କେତେବେଳେ ବ୍ୟବହାର ହୋଇଛି ତାହାକୁ ସହଜରେ ଜାଣିପାରିବେ। ୟୁଆଇଡିଏଆଇ ୱେବସାଇଟକୁ ଯାଇ ଏହାର ପୂରା ତଥ୍ୟ ଜାଣିହେବ।

ବହୁତ ଲୋକ ନିଜର ପରିଚୟପତ୍ର ଭାବେ ଏବେ ଆଧାର କାର୍ଡକୁ ବ୍ୟବହାର କରୁଛନ୍ତି। ଟ୍ରେନ ଯାତ୍ରାଠୁ ଆରମ୍ଭ କରି, ବ୍ୟାଙ୍କ, ପୋଷ୍ଟ ଅଫିସ, ପାସପୋର୍ଟ ଏବଂ ସରକାରୀ ଯୋଜନାରେ ଫାଇଦା ଉଠାଇବା ପାଇଁ ଆଧାର କାର୍ଡକୁ ବ୍ୟବହାର କରୁଛନ୍ତି।

ଆଧାର କାର୍ଡ ବ୍ୟବହାର କରୁଥିବାବେଳେ ବହୁଥର ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠୁଥିବ କେହି ମୋ’ ଆଧାର ନମ୍ବରର ବେଆଇନ ବ୍ୟବହାର କରୁନାହିଁ ତ? ଯଦି ଏହାକୁ ନେଇ କେହି ଚିନ୍ତିତ ଅଛନ୍ତି ତାହାଲେ ସେମାନେ ସହଜରେ କାର୍ଡ କେଉଁଠି କେଉଁଠି ବ୍ୟବହାର ହେଉଛି ଜାଣିପାରିବେ।

ୟୁଆଇଡିଏଆଇ (ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ) ଲୋକମାନଙ୍କୁ ଏହିସବୁ ସୁବିଧା ଦେଉଛି। ଏହାଦ୍ୱାରା ସମସ୍ତ ତଥ୍ୟ ଲୋକେ ସହଜରେ ପାଇପାରିବେ। ନିମ୍ନ ଷ୍ଟେପ ମାଧ୍ୟମରେ ଆଧାର କାର୍ଡ କେଉଁଠି ବ୍ୟବହାର ହୋଇଛି ସହଜରେ ଜାଣିପାରିବେ।

ଷ୍ଟେପ-୧ : ସର୍ବପ୍ରଥମେ ଆପଣଙ୍କୁ ଆଧାର ଅଥେନଟିକେସନ୍ ହିଷ୍ଟ୍ରୀ ପେଜକୁ ଯିବାକୁ ପଡ଼ିବ। ଏହାର ଲିଙ୍କ https://resident.uidai.gov.in  ରେ କ୍ଲିକ କରିବାକୁ ହେବ। ଏଠାରେ ଆଧାର ସର୍ଭିସେଜ ତଳେ ଆଧାର ଅଥେନଟିକେସନ୍ ହିଷ୍ଟ୍ରୀ ଲେଖାଯାଇଥିବା ଦେଖିବାକୁ ପାଇବେ। ଆପଣ ଏହାକୁ କ୍ଲିକ କରନ୍ତୁ।

ଷ୍ଟେପ୍-୨: ଏହାପରେ ସେଠାରେ ଆଧାର କାର୍ଡରେ ଥିବା ନମ୍ବର ଏବଂ ଦିଆଯାଇଥିବା ସିକ୍ୟୁରିଟି କୋର୍ଡ ଲେଖନ୍ତୁ।

ଷ୍ଟେପ୍-୩ : ପୁଣି ଆପଣ ଓଟିପି ଜେନେରେଟ କରିବା ପାଇଁ କ୍ଲିକ୍ କରନ୍ତୁ।

ଷ୍ଟେପ୍-୪: ଏହାପରେ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର ଉପରେ ଓଟିପି ଆସିଯିବ।

ଷ୍ଟେପ୍-୫: ଓଟିପି ଆସିବା ପରେ ଏହାକୁ ଦାଖଲ କରନ୍ତୁ। ଓଟିପି ଭରିବା ପୂର୍ବରୁ ସମୟ ସୀମା ବି ଚୟନ କରିବାକୁ ପଡ଼ିବ, ଯାହାର ସମ୍ପୂର୍ଣ୍ଣ ତଥ୍ୟ ଆପଣଙ୍କୁ ଦରକାର।

ଷ୍ଟେପ୍-୬: ଏହାପରେ ଗ୍ରାହକମାନଙ୍କୁ ତାରିଖ ଏବଂ ସମୟ ଅନୁସାରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଯିବ। ଆପଣଙ୍କ ଆଧାର କାର୍ଡ କେଉଁଠି, କେତେବେଳେ  ଏବଂ କେତେଥର ବ୍ୟବହାର ହୋଇଛି ଜଣାପଡ଼ିବ।

ଷ୍ଟେପ୍-୭: ଯଦି କିଛି ଗଡ଼ବଡ଼ ଦେଖନ୍ତି ଆପଣ ଅଭିଯୋଗ ବି କରିପାରିବେ। ଆପଣ ଆଧାର କାର୍ଡ ତଥ୍ୟକୁ ଅନଲାଇନରେ ବି ବ୍ଲକ କରିପାରିବେ।

Comment