ଓଡ଼ିଶାଲାଇଭ ବ୍ୟୁରୋ

କେରଳ ସାବରିମାଲା ବାର୍ଷିକ ଉତ୍ସବ ପାଇଁ ଅନଲାଇନ୍ ଟିକେଟ୍ ବୁକିଙ୍ଗ୍ ଆରମ୍ଭ ହୋଇଯାଇଛି। ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା ୫୩୯ ଜଣ ମହିଳା ଦର୍ଶନ ପାଇଁ ପଞ୍ଜିକରଣ କରିଛନ୍ତି।

ଏହି ବୟସର ନାରୀମାନେ ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ। ଏହାସତ୍ତ୍ୱେ ନଭେମ୍ବର ୧୬ ତାରିଖରେ ପ୍ରତିବାଦକାରୀମାନେ ମନ୍ଦିର ଖୋଲିଲେ ଏମାନଙ୍କ ପ୍ରବେଶକୁ ବିରୋଧ କରିପାରନ୍ତି ବୋଲି ଆଶା କରାଯାଉଛି ।

ଦର୍ଶନ ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୩.୫ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି। ଏଥିସହ ଯାତ୍ରୀମାନଙ୍କ ଯାତାୟତ ଉପରେ ପୋଲିସ କଟକଣା ଜାରି କରିଛି। ଗତ ଅକ୍ଟୋବର ମାସରେ ମନ୍ଦିର ୬ ଦିନ ଏବଂ ନଭେମ୍ବରରେ ୨ ଦିନ ମନ୍ଦିର ଖୋଲିଥିଲା।

ଏହି ସମୟ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା କେତେକ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ହେଲେ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକର ପ୍ରତିବାଦ ଯୋଗୁଁ ବିଫଳ ହେବା ପରେ ପୋଲିସ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା।


















