ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ମାସରେ ଦ୍ୱିତୀୟଥର ପାଇଁ ପୁଣିଥରେ ବଢ଼ିଲା ଏଲ୍‌ପିଜି ଦର।

ଚଳିତ ମାସରେ କେନ୍ଦ୍ର ସରକାର ଦ୍ୱିତୀୟଥର ପାଇଁ ପୁଣିଥରେ ଏଲ୍‌ପିଜି ଦର ବଢ଼ାଇଛନ୍ତି। ଏଲ୍‌ପିଜି ବିତରଣକାରୀ କମ୍ପାନୀଗୁଡ଼ିକ ଶୁକ୍ରବାର ଏଲ୍‌ପିଜି ଦର ୨ ଟଙ୍କା ବଢ଼ାଇଛନ୍ତି।

ଡିଲର କମିଶନ ବୃଦ୍ଧି ଫଳରେ ଦେଶରେ ଏଲ୍‌ପିଜି ଦର ବୃଦ୍ଧି କରାଯାଇଛି। ନୋଟିଫିକେଶନ ଜାରି କରି ଏବିଷୟରେ ସୂଚନା ଦିଆଯାଇଛି। ଫଳରେ ଦିଲ୍ଲୀରେ ଏଣିକି ଏଲ୍‌ପିଜି ସିଲିଣ୍ଡର ଦର ୫୦୭.୪୨ ଟଙ୍କା ଦେବାକୁ ପଡ଼ିବ। ହେଲେ ପୂର୍ବରୁ ଏହା ୫୦୫.୩୪ ଟଙ୍କା ଥିଲା।

ଏହା ପୂର୍ବରୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ଏଲ୍‌ପିଜି ବିତରଣକାରୀ କମ୍ପାନୀଙ୍କୁ ଡିଲର କମିଶନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୪.୨ କେଜିର ସିଲିଣ୍ଡର ପିଛା ୪୮.୮୯ ଟଙ୍କା ଏବଂ ୫ କେଜିର ସିଲିଣ୍ଡର ପିଛା ୨୪.୨୦ ଟଙ୍କା ଡିଷ୍ଟ୍ରିବ୍ୟୁଟର କମିଶନ ପ୍ରଦାନ କରିବାକୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଚଳିତ ମାସରେ ଦୁଇଥର ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ପୂର୍ବଥର ଏଲ୍‌ପିଜି ସିଲିଣ୍ଡର ଦର ପିଛା ୨.୯୪ ଟଙ୍କା ବୃଦ୍ଧି କରାଯାଇଥିଲା। ଜିଏସ୍‌ଟି ଯୋଗୁଁ ଦର ବୃଦ୍ଧି କାରଣରୁ ଇତିମଧ୍ୟରେ ଏଲ୍‌ପିଜି ଦର ୧୬.୨୧ ଟଙ୍କା ବୃଦ୍ଧି ପାଇଛି।

ଏଣିକି ଏଷ୍ଟାବ୍ଲିଶମେଣ୍ଟ ଚାର୍ଜ ବାବଦରେ ୩୦.୦୮ ଟଙ୍କା ଏବଂ ଡେଲିଭରି ଚାର୍ଜ ବାବଦରେ୨୦.୫୦ ଟଙ୍କା ନୂଆ ଡିଲର କମିଶନ ପ୍ରଦାନ କରାଯିବ।

Comment