ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ଫରହାନ୍ ଅଖତର ତାଙ୍କ ପତ୍ନୀ ଅଧୁନାଙ୍କୁ ଛାଡ଼ପତ୍ର ଦେବା ପରେ ପ୍ରଥମେ ଶ୍ରଦ୍ଧା କପୁର ଓ ଏବେ ଶିବାନୀଙ୍କ ସହ ଆଫେଆର୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। 

ଫରହାନ୍ ଅଖତର ସେ ଏକାଧାରରେ ଜଣେ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ, ଲେଖକ ଓ ଗାୟକ। ଫରହାନ୍‌ ୨୦୦୧ର ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହେଁ’ରୁ ନିର୍ଦ୍ଦେଶକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଲକ୍ଷ୍ୟ, ଓଡନ୍ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ।

ତା’ପରେ ସେ ‘ରକ୍‌ଅନ୍‌’ ସିନେମାରୁ ଅଭିନୟ ଜୀବନ ଆରମ୍ଭ କରି ପରେ ‘ଭାଗ୍ ମିଲ୍‌ଖା ଭାଗ୍‌’, ‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’ ଓ ‘କାର୍ତ୍ତିକ କଲିଂ କାର୍ତ୍ତିକ’ ଭଳି କେତୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଛନ୍ତି।

ଫରହାନ୍‌ ଅଖତର ତାଙ୍କଠାରୁ ବୟସରେ ବଡ଼ ଫ୍ୟାସନ୍ ଡିଜାଇନର୍‌ ପତ୍ନୀ ଅଧୁନାଙ୍କ ସହ ଛାଡ଼ପତ୍ର ହେଲା। ଏହାପରେ ଫରହାନ୍‌ ବେଶୀ ଦିନ ସିଙ୍ଗଲ୍ ରହି ପାରିନାହାନ୍ତି।

ଏହାପରେ ପ୍ରଥମେ ଫରହାନ୍ ଅଖତର ବଲିଉଡର ସୁଇଟ୍ ହିରୋଇନ୍ ଶ୍ରଦ୍ଧା କପୁରଙ୍କ ପ୍ରେମରେ ପଡ଼ିଥିଲେ। ସେ ଦୁହେଁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ଏଥିରେ ଶ୍ରଦ୍ଧାଙ୍କ ପିତା ତଥା ଅଭିନେତା ଶକ୍ତି କପୁର ମୁଣ୍ଡ ପୁରାଇଥିଲେ। ତା’ପରେ ଶ୍ରଦ୍ଧା କପୁରଙ୍କଠାରୁ ଫରହାନ୍‌ ଅଖତର ପରସ୍ପରଠୁ ଦୂରେଇ ଯାଇଥିଲେ।

ତା’ପରେ ବି ସିଙ୍ଗଲ୍ ରହିପାରିଲେ ନାହିଁ ସେ ପୁଣି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା ନେଇ ଚର୍ଚ୍ଚ ଚାଲିଛି। ଗତ କିଛି ମାସ ହେବ ଅଭିନେତା- ନିର୍ମାତା- ନିର୍ଦ୍ଦେଶକ ଫରହାନ୍‌ ଅଖତର ଜଣେ ଅଭିନେତ୍ରୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ଦୁହେଁ ଏ ପ୍ରସଙ୍ଗରେ ମୁହଁ ଖୋଲୁ ନଥିଲେ କି ସେମାନଙ୍କ ସମ୍ପର୍କକୁ ସ୍ୱୀକାର କରୁନଥିଲେ।

ଯାହା ଜଣାପଡ଼ୁଛି, ଏବେ ଫରହାନ୍ ତାଙ୍କର ପ୍ରେମିକା ଅଭିନେତ୍ରୀ ଜଣକ ସମସ୍ତଙ୍କ ଆଗରେ ପ୍ରେମ ସମ୍ପର୍କ ଥିବା ଜଣାଇବାକୁ ଆଉ କୁଣ୍ଠାବୋଧ କରୁନାହାନ୍ତି। କିଛି ଦିନ ତଳେ ଫରହାନ୍ ଅଖତର ଇନଷ୍ଟାଗ୍ରାମ୍‌ରେ ଶିବାନୀ ଦାଣ୍ଡେକରଙ୍କୁ ତାଙ୍କ ବାର୍ଥଡେରେ ଶୁଭେଚ୍ଛା ଜଣାଇଥିଲେ। ସେଥିରେ ଉଭୟଙ୍କର ଫଟୋ ମଧ୍ୟ ସେୟାର କରିଥିଲେ। ସେହି ଫଟୋ ଫରହାନ୍ ଓ ଶିବାନୀଙ୍କୁ ହାତ ଧରାଧରି ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା।

ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଫରହାନ୍‌ ଓ ଶିବାନୀଙ୍କ ଆଫେଆର୍‌କୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଲା। ଏଠାରେ ସୂଚନା ଯୋଗ୍ୟ ଯେ, ଏହା ଆଗରୁ ଫରହାନ୍ ଅଖତରଙ୍କର ଜଣାଶୁଣା ନାୟିକା ଶ୍ରଦ୍ଧା କପୁରଙ୍କ ସହିତ ଆଫେଆର୍ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ବ୍ରେକ୍ ଅପ୍ ହୋଇଥିଲା।

ଏବେ ଜାଣନ୍ତୁ ଫରହାନ୍ ଅଖତରଙ୍କ ଏହି ନୂଆ ପ୍ରେମିକା ଜଣକ କିଏ? ଶିବାନୀ ହେଉଛନ୍ତି କଲର୍ସ ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ଖତରୋଁକେ ଖିଲାଡ଼ି-୮’ର ଜଣେ ପ୍ରତିଯୋଗୀ ଶିବାନୀ ଆଇପିଏଲର କେତେକ ସିଜିନ୍‌ରେ ହୋଷ୍ଟ୍ ମଧ୍ୟ।

ଖାଲି ସେତିକି ନୁହେଁ, ଶିବାନୀ ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନୁର’ରେ ବି ନଜର ଆସିଥିଲେ। ଠିକ୍ ସେହିପରି ଶାହିଦ୍ କପୁର ଷ୍ଟାରର ‘ଶାନଦାର’ରେ ମଧ୍ୟ ଅଭିନୟ କରିଥିଲେ, ଶିବାନୀ ଦାଣ୍ଡେକର୍। ସୋସିଆଲ୍ ମିଡିଆରେ ଶିବାନୀ ଅନେକ ସମୟରେ ନିଜର ହଟ୍‌ ଆଣ୍ଡ୍ ବୋଲ୍ଡ ଫଟୋ ପୋଷ୍ଟ୍ କରି ଚର୍ଚ୍ଚାରେ ରହି ଆସିଛନ୍ତି।

Comment