ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପାଖରେ ଡ୍ରାଇଭିଂ ଲାଇସେନ୍ସ କି ଆରସି ନଥିଲେ ଚିନ୍ତା କରିବାର ନାହିଁ। ଯଦି ମନେ ନାହିଁ କି ଘରେ ଛାଡ଼ି ଦେଇଛନ୍ତି ତା’ହେଲେ ବ୍ୟସ୍ତ ହେବାର ନାହିଁ। ଟ୍ରାଫିକ ପୋଲିସ ଅଟକାଇଲେ ବି ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବନି।

ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ଦେବାପାଇଁ କେନ୍ଦ୍ର ସରକାର ଏବେ ସବୁ ଡକ୍ୟୁମେଣ୍ଟର ହାର୍ଡ କପି ପାଖରେ ରଖିବା କଟକଣାକୁ ହଟାଇ ଦେଇଛନ୍ତି। ଏବେ ଆପଣ ନିଜର ଲାଇସେନ୍ସ ଓ ଅନ୍ୟ ଡକ୍ୟୁମେଣ୍ଟର ସପ୍ଟ କପି ପାଖରେ ରଖି ପାରିବେ। ଏଥିରେ ଆପଣଙ୍କୁ ଡକ୍ୟୁମେଣ୍ଟ ମଧ୍ୟ ସୁରକ୍ଷିତ ରହିବ।

କିଛି ଦିନ ପୂର୍ବରୁ ସରକାର ଡିଜିଟାଲ ଲକରର ସୁବିଧାର ଶୁଭାରମ୍ଭ କରିଥିଲେ। ଯେଉଁଥିରେ ଆପଣ ସବୁ କାଗଜପତ୍ର ସୁରକ୍ଷିତ ରଖିପାରିବେ। ଡିଜିଲକର ପ୍ରଧାନମନ୍ତ୍ରୀଙ୍କ ଯୋଜନା ଡିଜିଟାଲ ଇଣ୍ଡିଆର ଏକ ମୁଖ୍ୟ ଅଂଶ।

ଡିଜିଟାଲ ଲକରର ମୁଖ୍ୟ ଉଦ୍ଦେଶ୍ୟ ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ଲାଇସେନ୍ସ ଭଳି ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟକୁ ଅନଲାଇନ ଷ୍ଟୋର କରି ଭୌତିକ ଡକ୍ୟୁମେଣ୍ଟର ବ୍ୟବହାର କମାଇ ପାରିବେ ଏବଂ ଏଜେନ୍ସିଙ୍କ ମଧ୍ୟରେ ଇ-ଡକ୍ୟୁମେଣ୍ଟର ଆଦାନପ୍ରଦାନ ବୃଦ୍ଧି କରିବା।

ଲକରରେ ସେଭ୍ ହୋଇଥିବା ସପ୍ଟ କପି ସମ୍ପୂର୍ଣ୍ଣ ରୂପେ ବୈଧ ଏବଂ ଏହାକୁ ଅବୈଧ ବୋଲି କହି ପାରିବେନି। ଡିଜିଟାଲ ଲକରରେ ଇ-ସାଇନର ସୁବିଧା ମଧ୍ୟ ଅଛି, ଯାହାର ବ୍ୟବହାର ଡିଜିଟାଲ ରୂପେ ହସ୍ତାକ୍ଷର କରିବା ପାଇଁ ଉପଯୋଗ କରାଯାଇପାରେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସର୍ଭିସରେ ପ୍ରାୟ ୭୮ ଲକ୍ଷରୁ ଅଧିକ ଲୋକ ରେଜିଷ୍ଟର କରି ସାରିଲେଣି। ଆପଣଙ୍କୁ ମଧ୍ୟ ଏହାର ଲାଭ ଉଠାଇବା ଉଚିତ୍। ଏହାକୁ ତିଆରି କରିବା ପ୍ରକ୍ରିୟା କିଛି ଜଟିଳ ମଧ୍ୟ ନୁହେଁ। ଡିଜିଟାଲ ଲକର ପ୍ରସ୍ତୁତ କରିବା ପାଇଁ  ଆପଣଙ୍କୁ https://digitallocker.gov.inରେ ନିଜ ଆକାଉଣ୍ଟ ଖୋଲିବାକୁ ପଡ଼ିବ।

Comment