ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ଦେଉଳି ରେଞ୍ଜ ଅନ୍ତର୍ଗତ ସୁନାପୋଷୀ ଗ୍ରାମ ନିକଟରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛିଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ହାତୀ ପଲଙ୍କ ମଧ୍ୟରୁ ଦୁଇଟି ହାତୀ ସୁନାପୋଷୀ ଜଙ୍ଗଲରେ ବୁଲୁଥିଲେତା’ ମଧ୍ୟରୁ ଗୋଟିଏ ଦନ୍ତାହାତୀ ନିକଟରେ ଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି

ଗୁରୁବାର ସକାଳେ ଏହି ମୃତ ହାତୀର ବ୍ୟବଛେଦ କରାଯାଇ ପୋତା ଯିବ ବୋଲି ଵାରିପଦା ଵନଖଣ୍ଡ ଅଧିକାରୀ କହିଛନ୍ତିତେବେ ଏହି ଅପମୃତ୍ୟୁ ସମ୍ପର୍କରେ ମିଳିତ ତଦନ୍ତ କରାଯିବ ବୋଲି ବାରିପଦା ଵନଖଣ୍ଡ ଅଧିକାରୀ ସ୍ୱୟଂ ପ୍ରକାଶ ମଲ୍ଲିକ କହିଛନ୍ତି

ହାତୀମାନଙ୍କ ଗତି ବିଧି ସମ୍ପର୍କରେ ପୂର୍ବରୁ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେଅପରପକ୍ଷରେ ସଂପୃକ୍ତ ଅଞ୍ଚଳରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଆବଶ୍ୟକ ଉଚ୍ଚତାରେ ନଥିବାରୁ ଏହି ଅଘଟଣ ଘଟିଥିଲା ବୋଲି କୁହାଯାଉଛି

Comment