ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୫୨ କୋଟି ମୂଲ୍ୟର ମହଲରେ ରହିବେ ଇଶା।

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କର ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ବିବାହର ନିମନ୍ତ୍ରଣ ପତ୍ର ପରେ ଆଉ ଏକ ହଟକେ ଖବର ସାମ୍ନାକୁ ଆସିଛି।

ବାହାଘର ପରେ ଇଶା କେଉଁ ବଙ୍ଗଳାରେ ରହିବେ ସେ ସମ୍ପର୍କରେ ସୂଚନା ମିଳିଛି। ବିବାହ ପରେ ୪୫୨ କୋଟି ମୂଲ୍ୟର ମହଲରେ ରହିବେ ଇଶା।

ମୁମ୍ବାଇସ୍ଥିତ ବର୍ଲି ଅଞ୍ଚଳରେ ଥିବା ୫୦ ହଜାର ବର୍ଗ ଫୁଟର ଏହି ସ୍ଥାନର ନାଁ ଓଲ୍ଡ ଗୁଲିଟା। କେବଳ ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ନୁହେଁ, ବରଂ ଆହୁରି ଅନେକ କିଛି ରହିଛି ଏହି ସ୍ଥାନରେ। ଆସନ୍ତା ଡିସେମ୍ବର ୧୨ରେ ବିଶିଷ୍ଟ ବ୍ୟବସାୟୀ ଅଜୟ ପୀରାମଲଙ୍କ ପୁଅ ଆନନ୍ଦଙ୍କ ସହ ଇଶାଙ୍କ ବିବାହ ହେବ।

ଏହି ସ୍ଥାନକୁ ୨୦୧୨ରେ ଅଜୟ ପୀରାମଲ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍ ପାଖରୁ ପାଖାପାଖି ୪୫୨ କୋଟି ଟଙ୍କାରେ କିଣିଥିଲେ। ପୁଅ ଏବଂ ହେବାକୁ ଥିବା ବୋହୂଙ୍କୁ ଆଡଭାନ୍ସ ଗିଫ୍ଟ ଦେଇଛନ୍ତି ଅଜୟ।

ଇଶାଙ୍କ ବାପଘର (ମୁକେଶ ଅମ୍ବାନୀଙ୍କ ଘର) କୌଣସି ଗୁଣରେ କମ ନୁହେଁ। ଇଶାଙ୍କ ଘରେ ଉପଲବ୍ଧ ଥିବା ସୁବିଧା ପାଇଁ ସବୁବେଳେ ଚର୍ଚ୍ଚାରେ। କିନ୍ତୁ ୫ ମହଲା ବିଶିଷ୍ଟ ଓଲ୍ଡ ଗୁଲିଟାର ସୌନ୍ଦର୍ଯ୍ୟ ଏବଂ ସୁବିଧା କୌଣସି ମାମଲାରେ ପଛରେ ନାହିଁ।

ବିବାହ ପରେ ନବବିବାହିତ ଯୋଡ଼ି ସେଠାକୁ ସିଫ୍ଟ ହୋଇଯିବେ। ଏଥିପାଇଁ ପୀରାମଲ ପରିବାର ମୁମ୍ବାଇ ମୁନିସ୍ପାଲ୍ କର୍ପୋରେସନ ପାଖରୁ ସେପ୍ଟେମ୍ବର ୧୯ରେ ସବୁପ୍ରକାର ଅନୁମତି ନେଇସାରିଛନ୍ତି।

ବଙ୍ଗଳାରେ ଆଉ କଣ ରହିଛି ଖାସ୍

ଗୁଲିଟା ମହଲରେ ୩ଟି ବେସମେଣ୍ଟ ରହିଛି। ସର୍ଭିସ୍ ଏବଂ ପାର୍କିଂ ପାଇଁ ସ୍ଥାନ ରହିବ। ଲେବେଲ୍ ୧ ବେସମେଟରେ ଗୋଟିଏ ବଗିଚା, ଓପନ ଏୟାର ସୁଇମିଂ ପୁଲ ଏବଂ କିଛି ରୁମ୍ ମଧ୍ୟ ଅଛି। ପରବର୍ତ୍ତୀ ସମୟରେ ଏସବୁ କାର୍ଯ୍ୟରେ ଆସିବ।

ଏହି ମହଲରେ ଭୂତଳକୁ ଯିବା ପାଇଁ ରାସ୍ତା ରହିଛି। ଉପର ମହଲାରେ ଲିଭିଂ ଡାଇନିଂ ହଲ୍, ମଲ୍ଟି ପର୍ପୋସ୍ ରୁମ ଏବଂ ବେଡ୍ ରୁମ୍ ରହିଛି। ଏହି ମହଲ ପାଖାପାଖି ୮୭୦୦ ବର୍ଗ ଫୁଟରୁ ୧୨,୩୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ।

କେବଳ ଏତିକି ନୁହେଁ, ପ୍ରତି ମହଲାରେ ଲାଉଁଜ୍ ଏରିଆ, ଡ୍ରେସିଂ ରୁମ ଏବଂ ଚାକରମାନଙ୍କ ପାଇଁ କ୍ୱାର୍ଟର ରହିଛି। ଆଜି ଗୁଲିଟା ମହଲ ଯେଉଁଠି ଛିଡ଼ା ହୋଇଛି ସେଠାରେ ପୂର୍ବରୁ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନିର ଟ୍ରେନିଂ ସେଣ୍ଟର ଥିଲା।

Comment