ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହକୁ ଦୁନିଆର ସବୁଠୁ ପବିତ୍ର ବନ୍ଧନ ବୋଲି ଗ୍ରହଣ କରାଯାଇଥାଏ। ଖାଲି ପୁରୁଷ ଓ ସ୍ତ୍ରୀର ମିଳନ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ସଙ୍ଗମ ହୋଇଥାଏ, କିନ୍ତୁ ଏହି ବନ୍ଧନକୁ ବ୍ୟବହାର କରି କିଛି ଲୋକ ନିଜର ସ୍ୱାର୍ଥ ହାସଲ କରିଥାନ୍ତି।

ଦୁନିଆରେ ଏଭଳି ସ୍ଥାନ ଅଛି ଯେଉଁଠି ବିବାହ ପୂର୍ବରୁ ପୁରୁଷତ୍ୱ ପ୍ରମାଣ ଦେବାକୁ ପଡ଼ିଥାଏ ଏବଂ ତାପରେ ହିଁ ଝିଅ ବିବାହ କରିବାକୁ ସମ୍ମତି ଦେଇଥାଏ।

ଏକବିଂଶ ଶତାବ୍ଦୀରେ ବି ବିଶ୍ୱରେ ଏଭଳି ନିୟମ ରହିଛି ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ। ପଶ୍ଚିମ ଦେଶରେ ଏଭଳି ପରମ୍ପରା ରହିଛି ଯେଉଁଠି ଝିଅମାନେ ସ୍ୱୟଂମ୍ବର ଜରିଆରେ ବିବାହ କରିଥାନ୍ତି ଏବଂ ସ୍ୱାମୀଙ୍କୁ ପାଇବା ପାଇଁ ନିର୍ବାଚନ ହୋଇଥାଏ। ସ୍ୱୟଂମ୍ବରକୁ ଆସିଥିବା ପୁରୁଷ ହିଁ କନ୍ୟା ନିକଟରେ ପୁରୁଷତ୍ୱ ପ୍ରମାଣ ଦେଇଥାଏ।

ଏଥିପାଇଁ ପୁରୁଷକୁ ମଦ ପିଇବାକୁ ଦିଆଯାଇଥାଏ, ପରେ ୧୨୦ ଭୋଲ୍ଟର ବିଦ୍ୟୁତ ତାର ଧରିବାକୁ ଦିଆଯାଇଥାଏ। ଯଦି ପୁରୁଷ ଜଣଙ୍କ କରେଣ୍ଟ ଝଟକାକୁ ସମ୍ଭାଳି ନିଅନ୍ତି, ତାହାଲେ ତାଙ୍କୁ ହିଁ ଯୋଗ୍ୟ ସ୍ୱାମୀ ବୋଲି ଗ୍ରହଣ କରାଯାଏ। ଯଦି ସେହି ପୁରୁଷ ଜଣଙ୍କ ଏଥିରେ ବିଫଳ ହୁଅନ୍ତି ତାଙ୍କୁ ବିବାହ କରିବାକୁ କନ୍ୟା ମନା କରିଥାଏ।

Comment