ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝିଅ ଜିଭା ପାଇଁ ଠେକୁଆ ହେଲେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନି।

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନି ଏବେ ବିଶ୍ରାମ ନେଉଛନ୍ତି। ଟି-୨୦ରେ ସାମିଲ ହୋଇନଥିବାରୁ ଅଷ୍ଟ୍ରେଲିଆ ଗସ୍ତରେ ନଯାଇ ଘରେ ଛୁଟି କାଟୁଛନ୍ତି ମାହି। ଝିଅ ଜିଭା ସହିତ ମସ୍ତି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଧୋନି।

ଭିଡିଓରେ ଧୋନି ଠେକୁଆ ହୋଇଥିବାର ଦୃଶ୍ୟ ରହିଛି। ଜିଭା ଧୋନିଙ୍କୁ ଗାଜର ଖୁଆଇ ଦେଉଥିବାର ନଜର ରହିଛି। ଧୋନିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ଏହି ଭିଡିଓକୁ ୨୦ ମିନିଟରେ ୩.୫୦ ଲକ୍ଷରୁ ଅଧିକ ଲୋକ ଦେଖିବା ସହ କମେଣ୍ଟ ଦେଇଛନ୍ତି।

ଧୋନି ଏବେ ବିଶ୍ରାମ ନେଉଥିବାରୁ ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ଖେଳିବେ। ସିଡନୀରେ ଜାନୁୟାରୀ ୧୨ରେ ପ୍ରଥମ ଦିନିକିଆ ମ୍ୟାଚ ରହିଛି। କହିବାକୁ ଗଲେ ୨୦୧୮ ଧୋନୀଙ୍କ ପାଇଁ ବହୁତ ଖରାପ ରହିଛି। ୨୦ଟି ଦିନିକିଆ ମ୍ୟାଚ ଖେଳି ୨୫ ପ୍ରତିଶତ ହାରରେ ୨୭୫ ରନ୍ କରିଛନ୍ତି। ଧୋନିଙ୍କ ବ୍ୟାଟରୁ ଗୋଟିଏ ବି ଅର୍ଦ୍ଧଶତକ ଦେଖିବାକୁ ମିଳିନି।

Comment