ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବୃଦ୍ଧି ପାଉଥିବା ଅସହିଷ୍ଣୁତାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ଦେଶରେ ଦିନକୁ ଦିନ ଅସହିଷ୍ଣୁତା ବୃଦ୍ଧି ପାଇବା ସହ ମାନବାଧିକାର ଉଲଙ୍ଘନ ହେଉଛି। ଏହାସହ ଦେଶର ଅଧିକାଂଶ ଅର୍ଥ ଧନୀକମାନଙ୍କ ପକେଟକୁ ଯାଉଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।

ଦିଲ୍ଲୀରେ ଆୟୋଜିତ ଶାନ୍ତି, ସଦ୍‌ଭାବନା ଏବଂ ସଂକ୍ରମଣରୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଚାଲିଥିବା ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଣବ ମୁଖାର୍ଜୀ।

ଏହି ସମାରୋହରେ ମୁଖାର୍ଜୀ ଏହା ମଧ୍ୟ କହିଛନ୍ତି, “ଦେଶ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଯେଉଁ ଦେଶ ବସୁଧୈବ କୁଟୁମ୍ବକମ୍, ସହିଷ୍ଣୁତା, ସଭ୍ୟତାମୂଳକ ସିଦ୍ଧାନ୍ତ, କ୍ଷମାର ଶିକ୍ଷା ଦେଇଥାଏ, ସେହି ଦେଶରେ ଏବେ ବିପରୀତ ପରିସ୍ଥିତି ଦେଖାଦେଉଛି।”

ଏହାଛଡ଼ା ଦେଶ ଏବେ ହିଂସା ଓ ଅସହିଷ୍ଣୁତା ପାଇଁ ଚର୍ଚ୍ଚାରେ ରହୁଛି। ସାଧାରଣ ନାଗରିକମାନେ ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ଉଠାଉଛନ୍ତି।

ମୁଖାର୍ଜୀଙ୍କ କହିବା ଅନୁଯାୟୀ, ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ ସେହି ଦେଶକୁ କୁହାଯାଏ, ଯେଉଁ ଦେଶେ ନାଗରିକଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ ଥାଏ।

Comment