ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ହେଉନି କୌଣସି ସୁଧାର। ଏବେବି ସେ ଭେଣ୍ଟିଲେଟରରେ ଅଛନ୍ତି ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବାରୁ ପ୍ରଣବଙ୍କର ଏକ ସର୍ଜରୀ ହୋଇଥିଲା। ଏହି ସର୍ଜରୀ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗମ୍ଭୀର ହୋଇଛି।

ବର୍ତ୍ତମାନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଆର୍ମି ହସ୍ପିଟାଲରେ ପ୍ରଣବ ମୁଖାର୍ଜୀଙ୍କର ଚିକିତ୍ସା ଚାଲିଛି। ସର୍ଜରୀ ପୂର୍ବରୁ ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

BGU

୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଣବ ମୁଖାର୍ଜୀ ଦେଶର ରାଷ୍ଟ୍ରପତି ଥିଲେ। ୨୦୧୯ରେ ଭାରତ ସରକାର ତାଙ୍କୁ ‘ଭାରତରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ।

Comment