ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ମେକ୍ସିକୋର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ପୁନେର ଏମ୍‌ସିସିଆଇଏ ଭବନରେ ମେକ୍ସିକୋ ରାଜଦୂତ ମେଲ୍‌ବା ପ୍ରିଆ, ପ୍ରତିଭା ପାଟିଲଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ଏନେଇ ଭାରତ ମେକ୍ସିକୋ ଏମ୍ବାସି ପକ୍ଷରୁ ଟୁଇଟ୍‌ରେ ଏକ ଫଟୋ ଜାରି କରାଯାଇଛି।

ପ୍ରତିଭା ପାଟିଲ ହେଉଛନ୍ତି ଏହି ସମ୍ମାନରେ ସମ୍ମାନୀତ ହେବା ଦେଶରେ ଦ୍ୱିତୀୟ ରାଷ୍ଟ୍ର ପ୍ରମୁଖ । ଏହା ପୂର୍ବରୁ ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣାନ୍‌ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।

Comment