ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସୋଆରେ ଆଜି ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ବିଭିନ୍ନ ଫ୍ୟାକଲ୍‌ଟିର ଡିନ ଓ ଅନ୍ୟାନ୍ୟ ଅଫିସର ବୃନ୍ଦ ଉପସ୍ଥିତ ଥିଲେ । ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ (ରିସର୍ଚ୍ଚ ଏଣ୍ଡ ଡେଭେଲପମେଂଟ) ଶୋକବାର୍ତ୍ତା ପାଠ କରିଥିଲେ।

BGU

ନଭେମ୍ବର ୨୨, ୨୦୧୭ରେ ସୋଆ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଣବ ମୁଖର୍ଜୀ। ତାଙ୍କ ବିୟୋଗରେ ସୋଆ ପକ୍ଷରୁ ସେହି ଦିନକୁ  ଓ ତାଙ୍କର ଉପଦେଶକୁ ସ୍ମରଣ କରାଯାଇଛି।

ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିବା ସ୍ୱର୍ଗତ ମୁଖାର୍ଜୀ ଏକାଧାରରେ ଜଣେ ପ୍ରବୀଣ ରାଜନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଥିଲେ।

Comment