ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇବେ ‘ଭାରତ ରତ୍ନ’ ସମ୍ମାନ। ସମାଜସେବୀ ନାନା ଦେଶମୁଖ ଏବଂ ବିଶିଷ୍ଟ ସଙ୍ଗୀତକାର ଡକ୍ଟର ଭୂପେନ ହଜାରିକାଙ୍କୁ ମଧ୍ୟ ଭାରତ ରତ୍ନ (ମରୋଣତ୍ତର) ସମ୍ମାନ ମିଳିବ।

ରାଷ୍ଟ୍ରପତି ଭବନରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଏହି ତିନି ଜଣଙ୍କ ନାମ ଜାନୁଆରିରେ ଚୟନ କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପଣ୍ଡିତ ମଦନ ମୋହନ ମାଲବୀୟ (ମରୋଣତ୍ତର)ଙ୍କୁ ଏହି ସମ୍ମାନ ଦିଆଯାଇଥିଲା।

Comment