ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଏନେଇ ଜୟପୁର ଜିଲ୍ଲା କଂଗ୍ରେସ ଭବନଠାରେ ଏକ ଶ୍ରଦ୍ଧାଜ୍ଞଳି ସଭା ଅନୁଷ୍ଠିତ ହୋଇଯାଇଛି।

ଏହିସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ରହି ପ୍ରଣବ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ପ୍ରଣବଙ୍କ ଆତ୍ମାର ସଦଗତି କାମନା କରି ୨ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।BGUସଭାରେ ବରିଷ୍ଟ କଂଗ୍ରେସ ନେତା ମଦନ ମୋହନ ନାୟକ ସମେତ ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ନଳିନି ରଥ, ବ୍ଲକ ସଭାପତି ବସନ୍ତ ନାୟକ ଓ ଦୁର୍ଗା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comment