ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସୋମବାର ୮୪ ବର୍ଷ ବୟସରେ ତାଙ୍କର ପ୍ରାଣହାନି ଘଟିଛି। ଏନେଇ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ସୂଚନା ଦେଇଛନ୍ତି।

ଗତ କିଛି ଦିନ ଧରି ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତାଙ୍କ ମୁଣ୍ଡରେସର୍ଜରୀ ମଧ୍ୟ କରାଯାଇଥିଲା। ହେଲେ ସର୍ଜରୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ଏଥିସହିତ ସେ କରୋନା ପଜିଟିଭ୍ ଥିବା ମଧ୍ୟ ଜଣାପଡ଼ିଥିଲା। ହେଲେ ଆଜି ସେ ପ୍ରାଣ ହରାଇଥିବା ସୂଚନା ମିଳିଛି।ପ୍ରଣବଙ୍କ ପରଲୋକ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବଡ଼ ବଡ଼ ନେତାମାନେ ନିଜର ଶୋକପ୍ରକାଶ କରିଛନ୍ତି।BGUପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ବଡ଼ ନେତା ଭାବେ ବେଶ୍ ପରିଚିତ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ୟୁପିଏ ସରକାରରେ ଅର୍ଥମନ୍ତ୍ରୀ ରହିଥିଲେ। ଏହାପରେ ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ମଧ୍ୟ ରହିଥିଲେ। ୨୦୧୯ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ମଧ୍ୟ ସମ୍ମାନିତ କରାଯାଇଥିଲା।

Comment