ଓଡିଶାଲାଇଭ୍ ବ୍ୟୁରୋ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଛି। ତାଙ୍କ ଫୁସଫୁସରେ ସଂକ୍ରମଣଜନିତ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଛି। ଏନେଇ ଦିଲ୍ଲୀର ସେନା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ଧରି ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିବା ମଙ୍ଗଳବାର ସେନା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେବେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ପାରାମିଟର ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା।BGUଗତ ଅଗଷ୍ଟ ୧୦ ତାରିଖରେ ୮୪ ବର୍ଷୀୟ ପ୍ରଣବଙ୍କୁ ସ୍ଵାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପୂର୍ବରୁ ତାଙ୍କ ମସ୍ତିଷ୍କ ସର୍ଜରୀ ହୋଇଥିଲା। ସେନା ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

Comment