ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଣବ ମୁଖାର୍ଜୀ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶୁକ୍ରବାର ଦିନ ଶର୍ମିଷ୍ଠା ପୁଣି ଥରେ ଟୁଇଟ କରିଛନ୍ତି। ଯେଉଁ କଥାକୁ ଡରୁଥିଲି ଠିକ୍ ସେୟା ହୋଇଛି ବୋଲି ସେ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ତାଙ୍କ ଅନେକ ଫେକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ।

ପ୍ରଣବ ମୁଖାର୍ଜୀ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶୁକ୍ରବାର ଦିନ ଶର୍ମିଷ୍ଠା ପୁଣି ଥରେ ଟୁଇଟ କରିଛନ୍ତି। ଯେଉଁ କଥାକୁ ଡରୁଥିଲି ଠିକ୍ ସେୟା ହୋଇଛି ବୋଲି ସେ କହିଛନ୍ତି।


ସେ ଅଭିଯୋଗ କହିଛନ୍ତି, “ମୁଁ ଯେଉଁ କଥାକୁ ନେଇ ବାପାଙ୍କୁ ସତର୍କ କରାଇଥିଲି ବିଜେପି ଓ ଆର୍‌ଏସ୍‌ଏସ୍‌ର ‘ଡାର୍ଟି ଟ୍ରିକ୍ସ ଡିପାର୍ଟମେଣ୍ଟ’ ତାହା କରିଛି”।

ପ୍ରଣବ ମୁଖାର୍ଜୀ ଆରଆରଏସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସୋସିଆଲ୍ ମିଡିଆରେ ତାଙ୍କର ନକଲି ଫଟୋ ସବୁ ଘୂରି ବୁଲୁଛି। ଫଟୋରେ ପ୍ରଣବଙ୍କୁ ଆରଏସଏସ କର୍ମୀ ଭଳି ସଜାଇ ତାଙ୍କ ମୁଣ୍ଡରେ କଳା ଟୋପି ପିନ୍ଧାଇ ଦିଆଯାଇଛି। ସେ ଆରଏସଏସ କର୍ମୀଙ୍କ ଶୈଳୀରେ ଅଭିବାଦନ ମଧ୍ୟ ଗ୍ରହଣ କରୁଛନ୍ତି।

ଆରଆରଏସର କାର୍ଯ୍ୟକ୍ରମରେ ପ୍ରଣବ କଳା ଟୋପି ପିନ୍ଧି ନଥିଲେ କି ସ୍ୱୟଂ ସେବକଙ୍କ ଭଳି ହାତକୁ ଉପରକୁ ଉଠାଇ ନଥିଲେ। ତେଣୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଫଟୋ ସବୁ ଫେକ୍ ବୋଲି ଜଣାପଡ଼ିଛି।

ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଣବ ମୁଖାର୍ଜୀ। ତାଙ୍କର ଏହି ନିଷ୍ପତ୍ତିକୁ ଝିଅ ଶର୍ମିଷ୍ଠା ମୁଖାର୍ଜୀ ପସନ୍ଦ କରି ନଥିଲେ। ଏ କଥା ଗତକାଲି ଟୁଇଟ କରି କହିଥିଲେ ଓ ଏନେଇ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ।

ବୁଧବାର ଶର୍ମିଷ୍ଠା କହିଥିଲେ, “ବାପା ମନେ ରଖିବା ଉଚିତ ଯେ ତାଙ୍କ ଭାଷଣକୁ ଲୋକେ ଭୁଲିଯିବେ। କିନ୍ତୁ ଆରଏସଏସ କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନ କାଳକାଳକୁ ରହିବ। ବାପା ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ପ୍ରଦାନ କରି ବିଜେପି ଓ ସଙ୍ଘ ପରିବାରକୁ ଅନେକଗୁଡ଼ିଏ ମିଛ କଥା କହିବାର ସୁଯୋଗ ଦେଇଛନ୍ତି”।

Comment