ଓଡ଼ିଶାଲାଇଭ୍ ବ୍ୟୁରୋ
ଆଫଗାନିସ୍ତାନ ପଞ୍ଚାମାଞ୍ଚଳ ଫାରାହ ଜିଲ୍ଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୨ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ପୋଲିସ୍ ମୁଖପାତ୍ର ମୋହେବୁଲ୍ଲାହ ମୋହେବ କହିଛନ୍ତି ଯେ ଫାରହଠାରେ ତାଲିବାନ ଆତଙ୍କବାଦୀ ଏବଂ ପୁଲିସ୍ କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଘଟଣାସ୍ଥଳରୁ ୨୨ ଜଣ ପୁଲିସ୍ କର୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
କେତେକ ଆହତ ପୋଲିସ୍ କର୍ମୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ତାଲିବାନ ମୁଖପାତ୍ର କ୍ୱାରି ୟୁସୁଫ ଆହମଦି ଦାବି କରିଛନ୍ତି ଯେ ଗୁଳି ବିନିମୟରେ ୨୫ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପୋଲିସ୍ର ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ୪ଟି ଗାଡ଼ିକୁ ଧ୍ୱଂସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ହାତେଇବାରେ ତାଲିବାନ ସଫଳ ହୋଇଛି।


















