ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଣବୀର ସିଂହ-ଦୀପିକା ପାଦୁକୋନ୍‌ଙ୍କ ପରେ ଏବେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ଦୁହେଁ ବାହା ହେବା ପରେ କେତେ କୋଟି ଟଙ୍କାର ମାଲିକ ହେବେ ଜାଣନ୍ତି?

ବଲିଉଡରେ ଦୀପ-ବୀରଙ୍କ ବାହାଘର ପରେ ଆଉ ଏକ ବାହାଘରକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ହଁ, ଏଠାରେ ବଲିଉଡର ପିସି ଅର୍ଥାତ୍‌ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ମଙ୍ଗେତର ନିକ୍‌ ଜୋନାସଙ୍କ ବାହାଘର କଥା କୁହାଯାଉଛି।

ଆଉ ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ କେତେ ଟଙ୍କାର ମାଲିକ ହେବେ ଜାଣନ୍ତି?

ଏ ବିଷୟରେ ଆସନ୍ତୁ ପ୍ରଥମେ ଜାଣିବା ପ୍ରିୟଙ୍କା ଚୋପ୍ରାଙ୍କ ରୋଜଗାର ସମ୍ପର୍କରେ। ପ୍ରିୟଙ୍କା ବଲିଉଡ ସହିତ ହଲିଉଡରେ ବି ନିଜର ଆସ୍ଥାନ ଜମେଇ ଦେଇଛନ୍ତି। ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗିଙ୍ଗ୍‌ରୁ କ୍ୟାରିଅର୍ ଆରମ୍ଭ କରିଛନ୍ତି। ୨୦୧୨ରେ ସେ ସର୍ବପ୍ରଥମେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୀତ ‘ଇନ୍‌ ମାଇଁ ସିଟି’ ଆମେରିକାନ୍‌ ରାପର୍‌ ଆମେରିକାନ୍‌ ବିଲ୍ ଆଇ ଆମ୍‌ଙ୍କ ସହିତ ଗାଇଥିଲେ। ଏହାପରେ ପ୍ରିୟଙ୍କା ଚୋପ୍ରା ୨୦୧୩ରେ ‘ଏକ୍ସୋଟିକ୍‌’ ଓ ୨୦୧୪ରେ ‘ଆଇ କ୍ୟାନ୍ ନଟ୍ ମେକ୍‌ ୟୁ ଲଭ୍‌ ମି’ ଗୀତ ଗାଇଥିଲେ। ଏଥିମଧ୍ୟରୁ ଏକ୍ସୋଟିକ୍‌ ଗୀତରେ ପ୍ରିୟଙ୍କାଙ୍କର ସହ ଗାୟକ ଥିଲେ ସିଙ୍ଗିଙ୍ଗ୍‌ ସେନ୍‌ସେସନ୍‌ ପିଟ୍‌ବୁଲ୍‌।

ପ୍ରିୟଙ୍କା ନିଜର ଏହି ତିନିଟି ଗୀତ ପାଇଁ ଆମେରିକୀୟ ମନୋରଞ୍ଜନ ଜଗତରେ ଲୋକପ୍ରିୟ ହୋଇ ଉଠିଥିଲେ। ତା’ପରେ ସେ ୨୦୧୫ରୁ ୨୦୧୮ ମଧ୍ୟରେ ଆମେରିକାନ୍‌ ଟିଭି ଶୋ’ ‘କ୍ୱାଣ୍ଟିକୋ’ର ଦୁଇଟି ସିଜିନ୍‌ରେ ମଧ୍ୟ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏହା କୁହାଯାଇପାରେ କି ପ୍ରିୟଙ୍କା ଚୋପ୍ରା ତାଙ୍କର ହଲିଉଡ କ୍ୟାରିଅର୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଖାଲି ସେତିକି ନୁହେଁ, ସେ ହଲିଉଡର ଆକ୍‌ସନ୍‌ ଷ୍ଟାର୍‌ ଡ୍ୱେନ୍‌ ଜନସନ୍‌ଙ୍କ ସହିତ ଫିଲ୍ମ ‘ବେୱାଚ୍‌’ରେ ମଧ୍ୟ କାମ କରିଛନ୍ତି। ଏହାପରେ ସେ ‘ଏ କିଡ୍‌ ଲାଇଫ୍‌ ଜାକ୍‌’ରେ ମଧ୍ୟ ନଜର ଆସିଛନ୍ତି। ଏବେ ପ୍ରିୟଙ୍କା ‘ଇଜ୍‌ ନଟ୍ ଇଟ୍ ରୋମାଣ୍ଟିକ୍‌’ରେ ଲିଡ୍‌ ରୋଲ୍‌ରେ ଆସୁଛନ୍ତି।

ଏଣେ ପ୍ରିୟଙ୍କା ଚୋପ୍ରା ବଲିଉଡରେ ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ବି ପାଦ ଥାପିଛନ୍ତି। ୨୦୧୭ ନଭେମ୍ବରର ଫୋବର୍ସ ତାଲିକାରେ ପ୍ରିୟଙ୍କା ଚୋପ୍ରାଙ୍କୁ ବିଶ୍ୱର ଶହେ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୯୭ତମ ସ୍ଥାନ ମିଳିଥିଲା।

ଏହି ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଚୋପ୍ରାଙ୍କର ବାର୍ଷିକ ଆୟ ୧୦ ମିଲିଅନ୍‌ ଡଲାର ଅର୍ଥାତ୍‌ ୬୪ କୋଟି ଟଙ୍କା। ଏଣେ ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରିୟଙ୍କା ଚୋପ୍ରା ଏବେ ୨୦୦ କୋଟି ଟଙ୍କାର ମାଲିକାଣୀ।

ଏବେ ଆସନ୍ତୁ ଜାଣିବା ପ୍ରିୟଙ୍କା ଚୋପ୍ରାଙ୍କ ଭାବି ସ୍ୱାମୀ ନିକ୍ ଜୋନାସଙ୍କ ଆୟ ସମ୍ପର୍କରେ। ନିକ୍‌ ପେସାରେ ଜଣେ ଗାୟକ ଓ ଅଭିନେତା। ସେ ମ୍ୟୁଜିକ୍‌ ଭିଡିଓ ବ୍ୟତୀତ ଆମେରିକାନ୍‌ ଟିଭି ଓ ହଲିଉଡ ଫିଲ୍ମରେ ବି ନଜର ଆସିଛନ୍ତି। ୨୦୧୭ରେ ରିଲିଜ୍‌ ହୋଇଥିବା ‘ଜୁମାନ୍‌ଜୀ- ୱେଲ୍‌କମ୍‌ ଟୁ ଜଙ୍ଗଲ’ ଫିଲ୍ମରେ ଲିଡ୍ ରୋଲ୍‌ରେ ନଜର ଆସିଥିଲେ ନିକ୍। ଏକ ୱେବସାଇଟ୍‌ର ରିପୋର୍ଟ ଅନୁସାରେ ନିକ୍‌ ଜୋନାସଙ୍କର ସମ୍ପତ୍ତିର ମୋଟ୍ ମୂଲ୍ୟ ପ୍ରାୟ ୨୫ ମିଲିଅନ୍‌ ଅର୍ଥାତ୍‌ ୧୭୧ କୋଟି ଟଙ୍କା।

ଏହି ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ତେବେ ପ୍ରିୟଙ୍କା ଚୋପ୍ରା ତାଙ୍କର ଭାବି ସ୍ୱାମୀ ନିକଙ୍କ ଅପେକ୍ଷା ଅଧିକ ଧନୀ। ଆଉ ବିବାହ ପରେ ଏ ଦୁହେଁ ଏକାଠି ହେଲେ ପତି-ପତ୍ନୀଙ୍କର ମିଳିତ ସମ୍ପତ୍ତିର ମୂଲ୍ୟ ପାଖାପାଖି ୪ ଶହ କୋଟି ହୋଇଯିବ।

Comment