ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭରୁ ପାକିସ୍ତାନ ହକି ଟିମ୍‌କୁ ଜୋରଦାର ଝଟ୍‌କା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ପୁରୁଷ ବିଶ୍ଵକପ୍‌ର ପୁଲ୍‌ ଡି ଦ୍ୱିତୀୟ ମ୍ୟାଚରେ ଜର୍ମାନୀଠାରୁ ୧-୦ ଗୋଲରେ ହାରିଛି ପାକିସ୍ତାନ। ଶନିବାରର ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ପାକିସ୍ତାନ କୌଣସି ଗୋଲ୍ ଦେବାକୁ ସମର୍ଥ ହୋଇ ନଥିଲା।

କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳର ଖେଳାଳି ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଲଢ଼ୁଆ ମନୋବୃତ୍ତି ଯୋଗୁ ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ୍ ଦେଇପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ କୌଣସି ଗୋଲ୍ ହୋଇ ନଥିଲା।

ତୃତୀୟ କ୍ୱାର୍ଟରରେ ଜର୍ମାନୀ ଟିମ୍ ଗୋଟିଏ ଗୋଲ୍ ଦେଇଥିଲା। ପାକିସ୍ତାନ-ଜର୍ମାନୀ ମ୍ୟାଚକୁ ଦର୍ଶକମାନେ ଉପଭୋଗ କରିଥିଲେ।

ରବିବାର ସନ୍ଧ୍ୟା ୫ଟାରେ ପୁଲ୍‌ ସିରେ କାନାଡା-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ ହେବ। ସେହିପରି ସନ୍ଧ୍ୟା ୭ଟାରେ ଭାରତ-ବେଲଜିୟମ ମଧ୍ୟରେ ମୁକାବିଲା ହେବ।

Comment